ବିଶିଷ୍ଟ କବି,ଔପନ୍ୟାସିକ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ

0

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ କବି ଏବଂ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପରଲୋକ । ଆଜି ସକାଳ ୧୧.୩୦ ରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଜୁନ୍ ୨୪ ତାରିଖ ୧୯୪୪ରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ଜନ୍ମଗ୍ରହଣ କରିଥିବାବେଳେ ୨୪ ଅକ୍ଟୋବର ୨୦୨୫ରେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି । ସେ ଏକାଧାରରେ ପ୍ରଥିତଯଶା କବି, ଔପନ୍ୟାସିକ ଓ ପ୍ରଶାସକ ରହିଥିଲେ ।

ସ୍ବର୍ଗତଃ ରାଜେନ୍ଦ୍ର ପଣ୍ଡା ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ସେ ୧୪ ଜୁଲାଇ ୧୯୬୭ ରୁ ୩୦ ଜୁନ୍ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିଲେ। ପ୍ରଶାସନିକ ସେବା ସହିତ, ସେ ତାଙ୍କ ଲେଖନୀ କବିତା ଏବଂ ଉପନ୍ୟାସ ମାଧ୍ୟମରେ ଓଡ଼ିଆ ସାହିତ୍ୟ ଉପରେ ଗଭୀର ପ୍ରଭାବ ପକାଇଥିଲେ।

୧୯୮୫ ମସିହାରେ, ତାଙ୍କ କବିତା ସଂକଳନ ‘ଶୈଳକଳ୍ପ’ପାଇଁ ପ୍ରତିଷ୍ଠିତ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୧୦ରେ ଗଙ୍ଗାଧର ଜାତୀୟ ପୁରସ୍କାର ଏବଂ ୨୦୨୦ରେ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଥିଲେ । ସେ ସମୁଦାୟ ୧୬ଟି କବିତା ସଂକଳନ ସହ ଦୁଇଟି ଉପନ୍ୟାସ ରଚନା କରିଥିଲେ । ୧୯୪୭ରେ ତାଙ୍କର ପ୍ରଥମ କବିତା ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.