ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ଗିରଫ

0

ବ୍ରହ୍ମପୁର : ହାଇପ୍ରୋଫାଇଲ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ଘଟଣା । ଘଟଣାର ସମ୍ପୂର୍ଣ୍ଣ ଖୁଲାସା କରିଛି ବ୍ରହ୍ମପୁର ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ଘଟଣା ସମ୍ପୂର୍ଣ୍ଣ ରାଜନୈତିକ ଶତ୍ରୁତା ବୋଲି ଜଣା ପଡିଛି । ଏହି ଘଟଣାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୁଲିସ । ଗିରଫ ପରେ ବିକ୍ରମ ପଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି । ମଙ୍ଗଳବାର ରାତିରୁ ବିକ୍ରମ ପଣ୍ଡାକୁ ଅଟକ ରଖି ଜେରା କରୁଥିଲା ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିପିନ ସ୍ୱାଇଁ ବୋଲି କୁହାଯାଉଛି । ଏକ ହଜାରରୁ ଅଧିକ ସିସିଟିଭି ଫୁଟେଜ ଏବଂ ୮୦ରୁ ଅଧିକ ଲୋକଙ୍କ ସହିତ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଥିଲା ପୋଲିସ ।

ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ବିକ୍ରମଙ୍କ ସମେତ ୪୧ନ ବିଜେଡି କର୍ପୋରେଟର ମଳୟ ବିଷୋୟୀ ଏବଂ ଅନ୍ୟ ଜଣେ କର୍ପୋରେଟର ଶିବଶଙ୍କର ଦାସଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି । ସେହିପରି ବିକ୍ରମଙ୍କ ସହଯୋଗୀ ମଦନ ଦଳେଇଙ୍କ ମଧ୍ୟ ଗିରଫ କରାଯାଇଛି । ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ରାଜନୈତିକ ଶତ୍ରୁତାକୁ ଲିଙ୍କ ନେଇ ଖୋଳତାଡ କରୁଥିଲା । ମୋଟ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରାଯାଇ ସମସ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି ।

ସୂଚନାନୁସାରେ,ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଫେରୁଥିବା ବେଳେ ରାତିରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହାପରେ ପୋଲିସ ଅଞ୍ଚଳରେ ଲାଗିଥିବା ସିସିଟିଭି ଓ ବିଭିନ୍ନ ତଥ୍ୟକୁ ନେଇ ଛାନ୍‌ଭିନ୍ ଆରମ୍ଭ କରିଥିଲା । ଦୀର୍ଘ ୧୭ ଦିନ ହେବ ପୋଲିସ ଘଟଣାରେ ଯାଞ୍ଚ କରୁଥିଲା । ପ୍ରାଥମିକ ତଦନ୍ତ ଆଧାରରେ ବିକ୍ରମଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ କୌଣସି ବି ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ଘଟଣାରେ ଯିଏବି ସଂପୃକ୍ତ ଥିବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ ତା’ର କାର୍ଯ୍ୟ କରୁଛି । ତଦନ୍ତ ସଠିକ୍‌ ଭାବେ କରାଯାଉଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.