ଭୁବନେଶ୍ୱର : ଆହୁରି ଚମକିବ ରୂପା । ଦରରେ ଲାଗିଲା ବ୍ରେକ । ହୁ ହୁ ହୋଇ ବଢୁଥିବା ରୁପା ମୂଲ୍ୟ ହ୍ରାସ ପାଇ ଗତ ୬ ଦିନରେ କେଜି ପ୍ରତି କମିଛି ୨୬ ହଜାର । ମଙ୍ଗଳବାର ଭୁବନେଶ୍ବରରେ ରୁପା କେଜି ୮୦୦୦ ଟଙ୍କା ହ୍ରାସ ପାଇ ୧,୮୨,୦୦୦ ଟଙ୍କା ହୋଇଛି । ଗତ ରବିବାର ଓ ସୋମବାର ଛୁଟିଥିବା କାରଣରୁ ଏହାର ଦାମ୍ରେ କୌଣସି ପରିବର୍ତ୍ତନ ଘଟିନଥିଲା । ବଜାର ତଥ୍ୟ ଅନୁସାରେ ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସର୍ବୋଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହାପର ଠାରୁ ସେଥିରେ ଲଗାତାର ଭାବେ ହ୍ରାସ ଘଟୁଛି । କେବଳ ଧନତେରସ୍ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା , ଯାହା ଫଳରେ ବିକ୍ରି ମଧ୍ୟ ଅଧିକ ହୋଇଥିଲା ।
