ନାବାଳିକା ଦୁଷ୍କର୍ମ ମାମଲାକୁ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ

0

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକା ଗଣଦୁଷ୍କର୍ମ ମାମଲା । ରେଡ୍ ପ୍ଲାଗ୍ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ନାବାଳିକାଟି ଝାଡ଼ଖଣ୍ଡର ହୋଇଥିବାରୁ ମାମଲାକୁ ଅଧିକ ଗୁରୁତ୍ବ ଦିଆଯାଇଛି । କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁର ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବ । ସିଏଡବ୍ଲ୍ୟୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ତଦାରଖ କରିବା ସହିତ ତଦନ୍ତରେ ୪ ମହିଳା ଡିଏସପି ସହଯୋଗ କରିବେ । ଘଟଣାର ପର୍ଦ୍ଦାଫାସ୍ କରିବାକୁ ଝାଡ଼ଖଣ୍ଡ ପୋଲିସ ସହିତ ଓଡ଼ିଶା ପୋଲିସ ଯୋଗାଯୋଗ କରିବ । ଆସନ୍ତାକାଲିଠାରୁ ରେଡ୍ ପ୍ଲାଗ୍ କରାଯାଇ ତଦନ୍ତ ଜୋରଦାର କରିବ କମିଶନରେଟ୍ ପୋଲିସ । ଝାଡ଼ଖଣ୍ଡ ପୁଲିସକୁ ମଧ୍ୟ ଓଡ଼ିଶା ପୁଲିସ ଯୋଗାଯୋଗ କରିଛି।

ଗତ ୧୬ ତାରିଖ ଦିନ ଭୁବନେଶ୍ୱର ଅଶୋକ ନଗର ରାସ୍ତା ପାର୍ଶ୍ୱରୁ ରକ୍ତାକ୍ତ ଅବସ୍ଥାରେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଉକ୍ତ ନାବାଳିକା ଜଣକ ଝାଡ଼ଖଣ୍ଡର ଅଟନ୍ତି । ନାବାଳିକାଙ୍କର ପ୍ରବଳ ରକ୍ତ ସ୍ରାବ ହେଉଥିବାରୁ ଡାକ୍ତର ଗଣଦୁଷ୍କର୍ମ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଘଟଣାପରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତକୁ ଜୋରଦାର କରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ କରିଥିଲା ଇ ଚଢ଼ଉବେଳେ ଉକ୍ତ ଘରୁ ୧୦ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ସେହି ସେକ୍ସ ରାକେଟରେ ନାବାଳିକାକୁ ସାମିଲ କରାଯାଇଥିଲା। ତେଣୁ ରାଜ୍ୟ ବାହାରୁ ନାବାଳିକାକୁ ଆଣି ଏଭଳି କାରବାରରେ ନିୟୋଜିତ କିଏ କରିଥିଲା ତାହାର ଖୋଳତାଡ଼ କରାଯାଉଛି। ଏ ନେଇ ପୁଲିସ ପକ୍ଷରୁ ଏକ ସିଜ କରାଯାଇଛି। ପୋଲିସ ଏହି ମାମଲାରେ ଦୁଇ ଜଣ ମହିଳା ମମତା ସାହୁ, ମଞ୍ଜୁ ସେଠୀ, ଘର ମାଲିକ ସଞ୍ଜୀବ କୁମାର ଦାସ ଏବଂ ମାଲିକର ସହଯୋଗୀ ଅବିନାଶ ମୁଦୁଲି ଗିରଫ ହୋଇଛନ୍ତି । ସେପଟେ ସେକ୍ସ ରାକେଟ୍ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି । ଯେଉଁ କାରରେ ନାବାଳିକାକୁ ବିଭିନ୍ନ ସ୍ଥାନକୁ ନେଇ ଦଲାଲ ଛାଡୁଥିବା ପୁଲିସ ପ୍ରମାଣ ସଂଗ୍ରହ କରିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.