ପ୍ରିୟାମଣିଙ୍କ ସମର୍ଥନ

0

ଦୀପିକାଙ୍କର ଆଠଘଣ୍ଟିଆ ୱାର୍କ ଟାଇମକୁ ଅନେକ ଆଡୁ ସମର୍ଥନ ମିଳିବା ଆରମ୍ଭ ହୋଇଛି । ଧୀରେଧୀରେ ଅନେକ ଷ୍ଟାର ତାଙ୍କୁ ସମର୍ଥନ ଦେବା ଆରମ୍ଭ କରୁଛନ୍ତି । ଏହି ତାଲିକାର ଅନେକ ଅଭିନେତ୍ରୀ ଯୋଡିହେବା ପରେ ବର୍ତ୍ତମାନ ଯୋଡି ହୋଇଛନ୍ତି ସାଉଥ ଷ୍ଟାର ପ୍ରିୟାମଣି । ଏଭଳି ୱାର୍କ ଆୱାର ଜଣେ ମାଆ ପାଇଁ ଖୁବ ଆବଶ୍ୟକ । ଏହି ଦାବିରେ କୌଣସି ଭୁଲ ନାହିଁ ଏହା ଏକ ଯଥାର୍ତ ଦାବି ବୋଲି ପ୍ରିୟାମଣି ମତ ଦେଇଛନ୍ତି । ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତାଙ୍କୁ ଏହି ସୁଯୋଗ ପୂର୍ବରୁ ମିଳୁଛି ତେଣୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଦାବିକୁ ଅଣଦେଖା କରିବା ଅନୁଚିତ୍ ବୋଲି ପ୍ରିୟାମଣି ମତ ଦେଇଛନ୍ତି । ସୂଚନା ଅନୁସାରେ ଦୀପିକା ପାଦୁକୋନ ମାଆ ହେବାପରେ ଦିନକୁ ଆଠଘଣ୍ଟା କାମ କରିବାର ସର୍ତ୍ତ ରଖିଥିଲେ । ଯେଉଁ କାରଣରୁ ତାଙ୍କୁ ଦୁଇ ଦୁଇଟି ବଡ ପ୍ରୋଜେକ୍ଟରୁ ବାହାର କରାଯାଇଥିଲା । ଯାହାପରେ ସମସ୍ତେ ଦୀପିକାଙ୍କ ସମର୍ଥନରେ ବାହାରୁଥିବାର ଦେଖିବାକୁ ମିଳିଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.