ତେଲୁଗୁ ଅଭିନେତା ସାଇ ଦୁର୍ଗା ତେଜଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଅପକମିଂ ଫିଲ୍ମର ଲୁକ ଜାରି କରାଯାଇଛି । ଏକ ଭିଡିଓ ରିଲିଜ କରି ମେକର୍ସମାନେ ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ଭିଡିଓରେ ସାଇଙ୍କର ଏକ ନୂଆ ଲୁକ ଦର୍ଶକ ଦେଖିବାକୁ ପାଇଛନ୍ତି । ଫିଲ୍ମପାଇଁ ସାଇ ଖୁବ ସୁନ୍ଦର ଭାବେ ନିଜର ଫିଜିକାଲ ଟ୍ରାନ୍ସଫରମେସନ କରିଥିବାନେଇ ଚର୍ଚ୍ଚା ହେଉଛି । ଏହି ପରିବର୍ତ୍ତନ ପାଇଁ ସେ ଖୁବ ପରିଶ୍ରମ କରିଛନ୍ତି । ଅନେକ ଦିନର ଟ୍ରେନିଂ ପରେ ସେ ଏଭଳି ଫିଜିକ୍ ପାଇଥିବା ଜଣା ପଡିଛି । ଦର୍ଶକଙ୍କୁ ତାଙ୍କର ଫିଲ୍ମ ପାଇଁ ଥିବା ଏହି ଭଲପାଇବା ଖୁବ ପସନ୍ଦ ଆସିଛି । ସେହିଭଳି ଫିଲ୍ମଟିକୁ ସେ ନିଜ ଫ୍ୟାନଙ୍କୁ ଉତ୍ସର୍ଗ କରିଛନ୍ତି । ଖୁବଶୀଘ୍ର ତାଙ୍କ ଫ୍ୟାନମାନେ ବଡ ପରଦାରେ ଏହି ଫିଲ୍ମକୁ ଉପଭୋଗ କରିବେ ବୋଲି ସେ ସୋସିଆଲ ମିଡିଆରେ ମତ ଦେଇଛନ୍ତି । ଫିଲ୍ମରେ ସାଇଙ୍କ ସହିତ ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଜଗପତି ବାବୁ, ସାଇ କୁମାର, ଶ୍ରୀକାନ୍ତ ଓ ଅନନ୍ୟା ନାଗଲ୍ଲା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟରଟି ଖୁବ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
