ସାମଗ୍ରୀ – ସୋୟାବିନ ବଡି, ଭୃସଙ୍ଗ ପତ୍ର, କାଜୁ, ପୋସ୍ତ, ଜିରା, ଶୁଖିଲା ଲଙ୍କା, ତେଜପତ୍ର, ଅଦା, ଆଳୁ ଛୋଟ ଛୋଟ କଟା, ଟମାଟୋ, ଲୁଣ, ହଳଦୀ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ।
ପ୍ରଣାଳୀ – ପ୍ରଥମେ ସୋୟାବିନ ବଡିକୁ ଗରମ ପାଣିରେ ପକାଇ ନିଅନ୍ତୁ । ଏହାପରେ ତାକୁ ଚିପୁଡି ଅଳ୍ପ ତେଲରେ ଭାଜି ନିଅନ୍ତୁ । ଆଳୁ କୁ ମଧ୍ୟ ତେଲରେ ଭାଜି ରଖନ୍ତୁ । ବର୍ତ୍ତମାନ ଟିକେ ଅଧିକ ପରିମାଣର ଭୃସଙ୍ଗ ପତ୍ର, ଟମାଟୋ, ଶୁଖିଲା ଲଙ୍କା, ଅଦା, ଜିରାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ କଡେଇରେ ଅଳ୍ପ ତେଲ ପକାଇ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ଏଥିରେ ଭୃସଙ୍ଗ ପତ୍ର ଓ ଅନ୍ୟ ବଟା ମସଲାକୁ ପକାନ୍ତୁ । ଏହାକୁ କିଛି ସମୟ ପାଇଁ କଷନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ସମସ୍ତ ମସଲା କସିବା ପରେ ଏଥିରେ କାଜୁ ଓ ପୋସ୍ତ ବଟା ପକାନ୍ତୁ । ଅଳ୍ପ ସମୟ ଭାଜିବା ପରେ ଏଥିରେ ଆଳୁ ଓ ସୋୟାବିନ ପକାଇ ଭାଜନ୍ତୁ । ଏହାପରେ ଏଥିରେ ପାଣି ଦିଅନ୍ତୁ । ଆଳୁ ସିଝିବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଏହାପରେ ଏଥିରେ ଶେଷରେ ଧନିଆ ପତ୍ର ପକାଇ ଗ୍ୟାସ ଆଞ୍ଚ ବନ୍ଦ କରି ଦିଅନ୍ତୁ ।
