ନିକଟରେ ଅଭିନେତ୍ରୀ ଅମ୍ରିତା ରାଓ ଦେଇଥିବା ସାକ୍ଷାତକାର ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତକାରରେ ଅମ୍ରିତା ଦେଇଥିବା ମନ୍ତବ୍ୟ ବଲିଉଡର ଏକ ରାଜକୁ ଖୁଲାସା କରିଛି ବୋଲି ଅନ୍ଲାଇନରେ ଆଲୋଚନା ଚାଲିଛି । ଅମ୍ରିତାଙ୍କ ଅନୁସାରେ ତାଙ୍କ ଉପରେ କଳାଯାଦୁ କରାଯାଇଥିଲା । ଏହି କଳାଯାଦୁ ସାହାଯ୍ୟରେ ତାଙ୍କଠାରୁ ତିନୋଟି ଫିଲ୍ମ ଛଡାଇ ନିଆଯାଇଥିବା ଅମ୍ରିତା ପ୍ରକାଶ କରିଛନ୍ତି । ଏପରିକି ତାଙ୍କୁ ଏହି ଫିଲ୍ମ ପାଇଁ ସାଇନିଂ ଆମାଉଣ୍ଟ ପ୍ରଦାନ କରାଯାଇଥିବା ପରେ ତାଙ୍କୁ ରିପ୍ଲେସ କରାଯାଇଥିଲା । ଏପରିକି ଉକ୍ତ ପ୍ରୋଜେକଫ ଗୁଡିକ ଆରମ୍ଭ ହିଁ ହୋଇ ପାରିନଥିଲା । ତାଙ୍କ ଗୁରୁ ତାଙ୍କୁ ଏନେଇ ସୂଚନା ଦେଇଥିଲେ ତେଣୁ ସେ ଏହାକୁ ବିଶ୍ୱାସ କରିଥିଲେ ବୋଲି ଅମ୍ରିତା ପ୍ରକାଶ କରିଛନ୍ତି । ଏହି କଳାଯାଦୁ କାରଣରୁ ତାଙ୍କ କ୍ୟାରିୟରେ ଅନେକ କିଛି କ୍ଷତି ହୋଇଛି । ତେବେ କେବଳ ସେ ଏକାନୁହେଁ , ଇଣ୍ଡଷ୍ଟ୍ରୀରେ ଏଭଳି ଆହୁରି ହିରୋଇନ ମଧ୍ୟ ଅଛନ୍ତି ଯାହାଙ୍କ ଉପରେ କଳାଯାଦୁ କରାଯାଇଛି ବୋଲି ଅମ୍ରିତା ମତ ଦେଇଛନ୍ତି ।
