ସଙ୍ଗୀତା ବିଜଲାନୀ ବର୍ତ୍ତମାନ ପୁଣି ଚର୍ଚ୍ଚାରେ ଅଛନ୍ତି । ଗତ କିଛି ମାସ ତଳେ ଅଭିନେତ୍ରୀଙ୍କ ଘରେ ଚୋରି ହୋଇଥିଲା ଏବଂ ବର୍ତ୍ତମାନ ସେ ସୁରକ୍ଷିତ ନଥିବାନେଇ ମତ ଦେଇଛନ୍ତି । ଯାହାପରେ ଚର୍ଚ୍ଚା ପୁଣି ଆରମ୍ଭ ହୋଇଛି । ଚୋରି ହେବାପରେ ସେ ଖୁବ ଚିନ୍ତାରେ ଅଛନ୍ତି । ସେ ନିଜକୁ ବର୍ତ୍ତମାନ ସୁରକ୍ଷିତ ମଣୁନାହାନ୍ତି ଏବଂ ସେଥିପାଇଁ ବନ୍ଧୁକ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଥିବା ପ୍ରକାଶ କରିଛନ୍ତି । ଗତ ୨୦ ବର୍ଷ ଧରି ସେ ତାଙ୍କ ଫାର୍ମହାଉସରେ ରହୁଛନ୍ତି । ହେଲେ ଗତ ତିନିମାସ ତଳେ ହୋଇଥିବା ଚୋରି ତାଙ୍କୁ ଖୁବ ଭୟଙ୍କର ଭାବେ ଡରାଇଛି । ହେଲେ ଏହାରି ଭିତରେ ୩ ମାସ ବିତିଯାଇଥିଲେ ବି ଏହାର କୌଣସି ସୁରାଗ ମିଳିନାହିଁ, ଯାହା ତାଙ୍କୁ ବେଶି ଭୟଭୀତ କରାଉଥିବା ସେ ପ୍ରକାଶ କରିଛନ୍ତି । ତେଣୁ ସେ ନିଜ ସୁରକ୍ଷା ପାଇଁ ପାଖରେ ହତିଆର ରଖିବାକୁ ସ୍ଥିର କରିଛନ୍ତି । ସେହିଭଳି ସ୍ଥାନୀୟ ପୋଲିସ ତାଙ୍କୁ ସୁରକ୍ଷିତ ରଖିବାନେଇ ଆଶ୍ୱାସନା ଦେଇଥିବା ଅଭିନେତ୍ରୀ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଅଭିନେତ୍ରୀଙ୍କ ଘରେ କିଛି ଲୋକ ପସିବା ସହିତ ଫ୍ରିଜ, ଟିଭ ଓ ଘରର ଆସବାବପତ୍ର ଭାଙ୍ଗି ଦେଇଛନ୍ତି । ଏହାସହ କାନ୍ଥରେ ଅଶ୍ଲୀଳ ଚିତ୍ର ସହିତ କଥା ମଧ୍ୟ ଲେଖିଛନ୍ତି । ଏହାସହ ଘରେ ଥିବା ୫୦ ହଜାର ଟଙ୍କା ମଧ୍ୟ ନେଇଯାଇଛନ୍ତି ।
