ଜିରାର ଉପକାରିତା

0

ଭାରତୀୟ ମସଲାରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି ବୋଲି ମନେ କରାଯାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଜିରା । ଯାହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ଅନେକ ଲାଭ ମିଳିଥାଏ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ଜିରା ଦ୍ୱାରା ପାଚନ ପ୍ରକ୍ରିୟା ଉନ୍ନତମାନର ହୋଇଥାଏ । ଏହାସହିତ ଓଜନ ହ୍ରାସ ଏବଂ ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣାଧୀନ ରହିଥାଏ । ଘରୋଇ ଉପଚାରରେ ଜିରାକୁ ଆମେ କୋଷ୍ଟକାଠିନ୍ୟର ଚିକିତ୍ସା ରୂପେ ମଧ୍ୟ ବ୍ୟବହାର କରିପାରିବା । କାରଣ ପ୍ରତ୍ୟହ ଜିରା ଖାଇବା ଦ୍ୱାରା ଏହି ସମସ୍ୟାରୁ ଆଶ୍ୱସ୍ଥି ମିଳିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ଏହା ପାଚନ ଏନ୍‌ଜାଇମ୍‌ର ଗତିବିଧିକୁ ପ୍ରୋତ୍ସାହିତ କରି କୋଷ୍ଠକାଠିନ୍ୟ ସହିତ ପେଟ ସମସ୍ୟା ଓ ମେଟାବଲିଜିମ୍‌କୁ ଠିକ୍‌ କରିବାରେ ବିଶେଷ ସହାୟକ ହୋଇଥାଏ । ସେହିପରି ଜିରାରେ ଆଇରନ୍‌ର କିଛି ମାତ୍ରା ଥାଏ, ଯାହା ଶରୀରକୁ ଦୈନିକ ପ୍ରାୟ ୨୦ ପ୍ରତିଶତ ଆଇରନ୍‌ ଯୋଗାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ମୁତାବକ, ଜିରାକୁ ରାତିରେ ପାଣିରେ ଭିଜେଇ ସକାଳେ ସେହି ପାଣିକୁ ପିଇବା ଦ୍ୱାରା ଖୁବ୍‌ ଲାଭ ମିଳିବ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.