ଅନେକ ସମୟରେ ଦେଖିବାକୁ ମିଳେ ସେଲିବ୍ରିଟିମାନେ ସେମାନଙ୍କ ପାର୍ଟନରଙ୍କ ଟାଟୁ ଶରୀରରେ ଆଙ୍କିଥାଆନ୍ତି । ତେବେ ନିକଟରେ ସୈଫ ଅଲ୍ଲି ଖାନ୍ଙ୍କର ଟାଟୁକୁ ନେଇ ଏକ ଷ୍ଟେଟମେଣ୍ଟ ଖୁବ ଚର୍ଚ୍ଚାରେ ରହିଛି । ସୈଫ କରିଥିବା କରୀନାଙ୍କ ନାଁର ଟାଟୁକୁ ନେଇ ଏକ ସାକ୍ଷାତକାରରେ କଥା ହୋଇଛନ୍ତି । ସେ କରୀନାଙ୍କ ନାଁ ଟାଟୁ କରିବାକୁ ଚାହୁଁ ନଥିଲେ, ଏହା ଭୁଲବଶତଃ ହୋଇଥିଲା ବୋଲି ସୈଫ ମତ ଦେଇଛନ୍ତି । ସେ ଜାଣିବା ପୂର୍ବରୁ ତାଙ୍କ କାନ୍ଧରେ କରୀନାଙ୍କର ପୂରା ନାଁକୁ ଟାଟୁ କରାଯାଇଥିଲା । ହେଲେ ସେ କିଛି ଭିନ୍ନ ଟାଟୁ କରାଇବାକୁ ଚାହୁଁଥିଲେ । ସୈଫଙ୍କର ଏହି ସାକ୍ଷାତକାର ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ଏହି ସାକ୍ଷାତକାରରେ ସୈଫ ନିଜ ପ୍ରଥମ ପନିୀଙ୍କ ସମ୍ପର୍କରେ ମଧ୍ୟ କଥା ହୋଇଛନ୍ତି । ଉଭୟଙ୍କର ବିଚ୍ଛେଦ ସରିଥିଲେ ବି ବର୍ତ୍ତମାନ ଏକ ଭଲ ସମ୍ପର୍କ ସେମାନଙ୍କ ମଧ୍ୟରେ ରହିଛି । ଉଭୟ ଉଭୟଙ୍କୁ ଖୁବ ସମ୍ମାନ ଦେଇଥାଆନ୍ତି । କରୀନା ହେଉଛନ୍ତି ସୈଫଙ୍କର ଦ୍ୱିତୀୟ ପନିୀ ।
