୩ଟି ଭାରତୀୟ କଫ୍ ସିରପ୍‌ ତ୍ରୁଟିପୂର୍ଣ୍ଣ

0

who issuesନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଫ୍ ସିରପ୍ ପିଇ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତରେ ତିନୋଟି କଫ୍‌ ସିରପ୍‌କୁ ତ୍ରୁଟିପୂର୍ଣ୍ଣ ଚିହ୍ନଟ କରିଛି। ଏଜେନ୍ସି ବିଶ୍ୱବ୍ୟାପୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ଯେ, ଯଦି ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ କୌଣସିଟି ସେମାନଙ୍କ ଦେଶରେ ମିଳେ ତେବେ ରିପୋର୍ଟ କରନ୍ତୁ। ହୁ ରିପୋର୍ଟ ଅନୁଯାୟୀ ସ୍ରେସାନ୍ ଫାର୍ମାସ୍ୟୁଟିକାଲ୍ସର କୋଲଡ୍ରିଫ୍, ରେଡନେକ୍ସ ଫାର୍ମାସ୍ୟୁଟିକାଲ୍ସର ରେସ୍ପିଫ୍ରେସ୍ ଟିଆର୍ ଏବଂ ସେପ୍ ଫାର୍ମାରୁ ରିଲାଇଫ୍‌ର ନିର୍ଦ୍ଦିଷ୍ଟ ବ୍ୟାଚ୍‌କୁ ତ୍ରୁଟିପୂର୍ଣ୍ଣ ଉତ୍ପାଦ ଭାବରେ ତାଲିକାଭୁକ୍ତ କରାଯାଇଛି। ତାମିଲନାଡୁର ସ୍ରେସାନ୍ ଫାର୍ମାସ୍ୟୁଟିକାଲ୍ସର ଲାଇସେନ୍ସ ରଦ୍ଦ କରାଯାଇଛି। ଏହି ସିରପ୍ ଅତି କମ୍‌ରେ ୨୨ ଜଣ ପିଲାଙ୍କ ମୃତ୍ୟୁ ସହ ଜଡିତ ଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛିନ୍ଦୱାଡ଼ା ଜିଲ୍ଲାର ପାରସିଆ ଗ୍ରାମର। ହୁ କହିଛି ଯେ ଚିହ୍ନଟ ହୋଇଥିବା ସିରପ୍ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିପାରେ। ଶିଶୁ ମୃତ୍ୟୁ ଘଟଣା ଓ କୋଲଡ୍ରିଫ୍‌ ନିଷିଦ୍ଧ ହେବା ପରେ ହୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପଚାରିଥିଲା ଯେ ଏହି ସିରପ୍ ଅନ୍ୟ ଦେଶକୁ ରପ୍ତାନି ହୋଇଛି କି? ଗ୍ଲୋବାଲ୍ ମେଡିକାଲ୍ ପ୍ରଡକ୍ଟସ୍ ଆଲର୍ଟ ଜାରି କରିବା ପୂର୍ବରୁ ହୁ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲା। ତେବେ ଭାରତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଦୂଷିତ ସିରପ୍ ଭାରତରୁ ରପ୍ତାନି ହୋଇନାହିଁ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.