ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ହାତରୁ ଅଧିନାୟକ ପଦ ହାତଛଡା ହୋଇଛି । ଭାରତୀୟ କ୍ରିକେଟର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଲେଷଣ କରାଯାଇଥିଲା । ପରିସଂଖ୍ୟନରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଥିଲା ।
ଦିନିକିଆ କ୍ରିକେଟ: ଏମଏସ ଧୋନୀ ଭାରତ ପାଇଁ ୨୦୦ରୁ ଅଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଏଥିରେ ୧୧୦ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୭୪ରେ ପରାଜିତ ହୋଇଛନ୍ତି । ତାଙ୍କ ବିଜୟ ପ୍ରତିଶତ ୫୫ ରହିଛି ଅପରପକ୍ଷରେ ରୋହିତ ତାଙ୍କ ତୁଳନାରେ କମ ମ୍ୟାଚରେ ଦଳର ନେତୃତ୍ୱ ନେଇଛନ୍ତି ସେ ୫୬ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଟିମ ଇଣ୍ଡିଆ ୪୨ ମ୍ୟାଚରେ ବିଜୟ ଓ ୧୨ ମ୍ୟାଚରେ ପରାଜିତ ହୋଇଛି । ଅଧିନାୟକ ଭାବେ ରୋହିତଙ୍କ ବିଜୟ ପ୍ରତିଶତ ୭୫ ରହିଛି ।
ଟି-୨୦ କ୍ରିକେଟ: ଟି-୨୦ରେ ରୋହିତ ଓ ଧୋନୀ ପ୍ରାୟତଃ ସମାନ ମ୍ୟାଚରେ ଦଳର ନେତୃତ୍ୱ ନେଇଛନ୍ତି । ଧୋନୀ ୭୨ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଦଳ ୪୧ରେ ବିଜୟ ଓ ୨୮ରେ ପରାଜିତ ହୋଇଛି । ଅପରପକ୍ଷରେ ରୋହିତ ୬୧ ମ୍ୟାଚରେ ଟିମ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି । ଦଳ ୪୯ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୨ରେ ପରାଜିତ ହୋଇଛି ।
ଟେଷ୍ଟ ଅଧିନାୟକ: ଧୋନୀ ୬୦ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ କରିଛନ୍ତି । ଟିମ ଇଣ୍ଡିଆ ୨୭ରେ ବିଜୟ ଓ ୧୮ରେ ପରାଜିତ ହୋଇଛି । ୧୫ ମ୍ୟାଚ ଡ୍ର ରହିଛି । ଧୋନୀଙ୍କ ବିଜୟ ପ୍ରତିଶତ ୪୫ ରହିଛି । ଅପରପକ୍ଷରେ ରୋହିତ ୨୪ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତିି । ଟିମ ଇଣ୍ଡିଆ ୧୨ରେ ବିଜୟ ଓ ୯ରେ ପରଜିତ ହୋଇଛି । ୩ଟି ମ୍ୟାଚ ଡ୍ର ରହିଛି । ରୋହିତଙ୍କ ବିଜୟ ପ୍ରତିଶତ ୫୦ ରହିଛି । ପରିସଂଖ୍ୟନରେ ରୋହିତ ଆଗରେ ରହିଛନ୍ତି । ଧୋନୀ ୩ଟି ଆଇସିସି ଟ୍ରଫି ଜିତିଥିବା ବେଳେ ରୋହିତ ୨ଟି ଜିତିଛନ୍ତି ।
