ରୋହିତଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଗିଲଙ୍କୁ ଖେଳର ଲମ୍ବା ଫର୍ମାଟରେ ଭାରତୀୟ ଦଳର ଅଧିନାୟକ କରାଯାଇଥିଲା ୩୮ ବର୍ଷୀୟ ରୋହିତ ଶର୍ମାଙ୍କୁ ଏକଦିବସୀୟ ଦଳର ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତି ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ତତଃ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ରହିବେ ବୋଲି ଅଧିକାଂଶ ଆଶା କରୁଥିଲେ । ତଥାପି ବିସିସିଆଇ ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଉପରେ ପ୍ରଶ୍ନ ଉଠିବା ନିଶ୍ଚିତ । ତେବେ ଆଲୋଚନା ହେଉଛି ଯଦି ରୋହିତଙ୍କୁ କ୍ୟାପେଫନ୍ସିରୁ ହଟାଇବା କଥା ବିଚାର ହେଉଥିଲା, ତେବେ ଏହା ସମ୍ମାନର ସହିତ କରାଯିବା କ’ଣ ଉଚିତ ନଥିଲା ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ଭାବରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ ଭଲ ହୋଇନଥାନ୍ତା କି? ଏହା ପରେ ବିସିସିଆଇ ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିଥିଲେ ହୋଇନଥାନ୍ତା କି? ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦିନେ ଖେଳାଳିମାନଙ୍କ ବିଦାୟକାଳୀନ କାର୍ଯ୍ୟକ୍ରମ ପାଇଁ ଓକିଲାତି କରିଥିଲେ କିନ୍ତୁ ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପରଠାରୁ ତାଙ୍କର ଦୃଷ୍ଟିକୋଣ ବଦଳି ଯାଇଛି । ଚଳିତ ବର୍ଷ ଅଗଷ୍ଟରେ ଗମ୍ଭୀର କହିଥିଲେ ଯେ ଖେଳାଳିମାନଙ୍କ ପାଇଁ ବିଦାୟକାଳୀନ କାର୍ଯ୍ୟକ୍ରମ ଅପ୍ରାସଙ୍ଗିକ ବରଂ ଲୋକମାନେ ସେମାନଙ୍କ ଅବଦାନକୁ ମନେ ରଖିବା ଉଚିତ । ବିସିସିଆଇ ଏଭଳି ପଦକ୍ଷେପ କାହିଁକି ନେଲା ସେ ବାବଦରେ କ୍ରିକେଟ୍ ମହଲରେ ଏବେ ପ୍ରଶ୍ନ ଉଠୁଛି କୁହାଯାଉଛି ଯେ ବୋର୍ଡ ଭବିଷ୍ୟତକୁ ଆଖିରେ ରଖି ଶୁବମନ ଗିଲ୍ ଭଳି ଜଣେ ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ରଖିଛି । ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଆଉ ଦୁଇ ବର୍ଷ ବାକି ଥିବାରୁ, ବୋର୍ଡ ସମ୍ଭବତଃ ଜଣେ ଯୁବ ଖେଳାଳିଙ୍କୁ ନେତୃତ୍ୱ ଦେବାକୁ ଚାହୁଁଥିଲା ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ରୋହିତଙ୍କୁ ହଟାଯିବା ଉପରେ ମଧ୍ୟ ଯୁକ୍ତି ରଖିଥିଲେ । ସେ କହିଥିଲେ, ତିନୋଟି ଫର୍ମାଟ ପାଇଁ ତିନି ଜଣ ଭିନ୍ନ ଭିନ୍ନ ଅଧିନାୟକ ରହିବା କଷ୍ଟକର ହୋଇଥାନ୍ତା ଏବଂ ଶୁବମନ ଗିଲଙ୍କୁ ଅଧିନାୟକ ଭାବେ ସମୟ ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅଗରକରଙ୍କ ବୟାନରୁ ଜଣାପଡୁଥିଲା ଯେପରି ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୭ ବିଶ୍ୱକପରେ ଅଂଶଗ୍ରହଣ କରିନପାରନ୍ତି
