ପାଟନା: ବିହାର ବିଧାନସଭା ନିର୍ବାଚନରେ ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍ଆଇଏମ୍ ୩୨ ଆସନରେ ଲଢ଼ିବ ବୋଲି ଜଣାପଡ଼ିଛି। ଏଥିରେ ୧୬ ଜିଲାଟିର ନିର୍ବାଚନ ମଣ୍ଡଳୀ ରହିଛି। ଏଆଇଏମ୍ଆଇଏମ୍ ଏହି ଆସନ ଘୋଷଣା ଇଣ୍ଡି ମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏଆଇଏମ୍ଆଇଏମ୍ ଆସନ ମଧ୍ୟରେ କିଶନଗଞ୍ଜ, ପୂର୍ଣ୍ଣିଆ, କତିହାର, ଅରରିୟା, ଗୟା, ମୋତିହାରୀ, ନୱାଡା, ଜମୁଇ, ଭାଗଲପୁର, ସିୱାନ, ଦରଭଙ୍ଗା, ସମସ୍ତିପୁର, ସିତାମାଢ଼ୀ, ମଧୁବନି, ବୈଶାଳୀ ଓ ଗୋପାଳଗଞ୍ଜ ରହିଛି। ଏହିସବୁ ଆସନ ମହାମେଣ୍ଟ ବିଧାୟକଙ୍କ ହାତରେ ରହିଛି। ଏଆଇଏମ୍ଆଇଏମ୍ ରାଜ୍ୟ ଅଧ୍ୟକ୍ଷ ଅଖତାରୁଲ ଇମାନ ଏହି ତାଲିକା ଘେଶଷଣା କରିଛନ୍ତି। ଦଳ ଧର୍ମ ନିରେପକ୍ଷ ଭୋଟରେ ବିଭାଜନ ରୋକିବା ଏବଂ ସାମ୍ପ୍ରଦାୟିକ ଶକ୍ତି ବିରୋଧ ଏକତ୍ର ଲଢ଼ିବାକୁ ଚାହୁଛି। କିନ୍ତୁ ବଡ଼ ମେଣ୍ଟ ଦଳ ଏଥିରେ ସହଯୋଗ କରୁନାହାନ୍ତି। ଆରଜେଡିକୁ ଲକ୍ଷ୍ୟ କରି ସେ ଏହା କରିଛନ୍ତି।
