ଦକ୍ଷିଣ କାରୋଲିନାରେ ଗୁଳିକାଣ୍ଡ; ୪ ମୃତ, ୨୦ ଆହତ

0

ୱାସିଂଟନ: ଆମେରିକାର ଦକ୍ଷିଣ କାରୋଲିନାରେ ଏକ ବାର୍‌ରେ ଗତ ରାତି ୧ଟାରେ ବଡ଼ଧରଣର ଗୁଳିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ସେଣ୍ଟ ହେଲେନା ଦ୍ବୀପର ୱିଲିସ ବାର୍‌ ଆଣ୍ଡ ଗ୍ରୀଲରେ ଶତାଧିକ ଲୋକ ଉପସ୍ଥିତ ଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିବା ବ୍ୟୁଫୋର୍ଟ କାଉଣ୍ଟି ସରିଫ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ବନ୍ଧୁକଧାରୀର ଗୁଳିରେ ଘଟଣାସ୍ଥଳ‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଲୋକଙ୍କୁ ଗୁଳି ଲାଗିଥିବା ଅନୁମାନ କରାଯାଉଛି। ଭୟରେ ଲୋକମାନେ ନିକଟରେ ଥିବା ଦୋକାନ ଓ ଅନ୍ୟ ସ୍ଥାନରେ ଲୁଚି ଯାଇଥିଲେ। ଆହତଙ୍କୁ ବ୍ୟୁଫୋର୍ଟ କାଉଣ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଓ ମୃତକଙ୍କ ପରିଚୟ ମିଳିପାରିନି। ଗୁଳିକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.