ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ହଟ୍ଷ୍ଟାରରେ ପ୍ରସାରିତ ହେଉଛି େଓ୍ୱବ୍ସିରିଜ ସର୍ଚ – ଦି ନୈନା ମଡର କେସ । ଯେଉଁଥିରେ ଲିଡ ରୋଲରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ କୋଙ୍କଣା ସେନଶର୍ମା । ଏହି ସିରିଜ୍ର କାହାଣୀ ଜଣେ ଝିଅର ବଳାତ୍କାର ଓ ତାପରେ ହତ୍ୟାକୁ ନେଇ ଗତିଶୀଳ । ଏଥିରେ କୋଙ୍କଣାଙ୍କୁ ପୋଲିସ ଏସ୍ପି ଭୂମିକାରେ ଦେଖିବାକୁ ମିଳୁଛି । କିଭଳି ସେ ଏହି କେସକୁ ବିଭିନ୍ନ ବାଧା ବିଘ୍ନକୁ ଆଡେଇ ସମାଧାନ କରୁଛନ୍ତି, ତାହା ଦେଖିବାକୁ ମିଳୁଛି । ସିରିଜ୍ରେ କୋଙ୍କଣାଙ୍କର ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି, ଯାହାକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏହାର ନିର୍ଦ୍ଦେଶନା ରୋହନ ସିªି ଦେଇଛନ୍ତି । ସିରିଜର କାହାଣୀରେ ସସ୍ପେନ୍ସ ଭରପୂର ମାତ୍ରାରେ ଅଛି । ଅନ୍ୟକଳାକାର ଭିତରେ କୋଙ୍କଣାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ସୂରିଆ ଶର୍ମା । ସେ ମଧ୍ୟ ଜଣେ ପୋଲିସ ଭୂମିକାରେ ନଜର ଆସିଛନ୍ତି । ଉଭୟ ମିଶି କିଭଳି ଏହି କେସକୁ ସମାଧାନ କରୁଛନ୍ତି ତାହା ହିଁ ସିରିଜ୍ର କାହାଣୀ । ଲୋକମାନେ ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।
