ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି,, ରାମ ମନୋହର ଲୋହିଆ

0

ଭାରତକୁ ବ୍ରିଟିଶ ଶାସନମୁକ୍ତ କରିବା ପାଇଁ ଅଗଣିତ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ସେହି ବରପୁତ୍ରଙ୍କ ମଧ୍ୟରେ ଜଣେ ଥିଲେ ରାମ ମନୋହର ଲୋହିଆ । ସେ ଭାରତମାତାକୁ ଇଂରେଜ ଗୋଲାମୀରୁ ମୁକ୍ତ କରିବାକୁ ନିଜର ସବୁକିଛି ବାଜି ଲଗାଇ ଦେଇଥିଲେ । ସେ ଥିଲେ ଖୁବ୍‌ ସାହସୀ ଏବଂ ଆଶାବାଦୀ ମଣିଷ । ତାଙ୍କ ଜୀବନଚରିତ୍ରରୁ ଜଣାପଡ଼େ, ସେ ପ୍ରଗତିଶୀଳ ବିଚାର ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ବର୍ତ୍ତମାନ ସମୟରେ ତାଙ୍କର ଏହି ଅମୂଲ୍ୟ ବିଚାରଧାରା ସାଧାରଣ ଜନତାଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ ହୋଇପାରିଛି । ୧୯୧୦ ମସିହା ମାର୍ଚ୍ଚ ୨୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । ଲୋହିଆ ଜଣେ ତେଜସ୍ୱୀ ଛାତ୍ର ଥିଲେ । ସ୍କୁଲ ଶିକ୍ଷା ସମାପ୍ତ ପରେ ସ୍ନାତକ ପାଇଁ ବର୍ଲିନ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଜର୍ମାନୀ ଚାଲିଯାଇଥିଲେ । ଭାରତ ଫେରିବା ପରେ ମହାତ୍ମା ଗାନ୍ଧୀ, ଜୟ ପ୍ରକାଶ ନାରାୟଣ, ନେହେରୁ, ସୁଭାଷଚନ୍ଦ୍ର ବୋଷ ଆଦି ସ୍ୱାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଭାରତ ସ୍ୱାଧୀନତା ଆନ୍ଦୋଳନରେ ମହ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଜେଲ ମଧ୍ୟ ଯାଇଥିଲେ । ଜୀବନସାରା ଦେଶର ସେବା କରିଥିବା ଡ.ରାମ ମନୋହର ଲୋହିଆ ୧୯୬୭ ମସିହା ଅକେଫାବର ୧୧ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଡ଼ଃ.ଅରୁନ୍ଧତୀ ଦେବୀ
ମୋ ୯୯୩୭୧୭୨୮୧୦

Launching Ceremony of “AYUSHMAN BHARAT
Leave A Reply

Your email address will not be published.