ଆଜି ଜନ୍ମଦିନ, ଜୟପ୍ରକାଶ ନାରାୟଣ

0

ଲୋକନାୟକ ନାମରେ ଲୋକପ୍ରିୟ ଜୟପ୍ରକାଶ ନାରାୟଣ ଏକାଧାରାରେ ଥିଲେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜନେତା । ୧୧ ଅକ୍ଟୋବର ୧୯୦୨ରେ ଉତ୍ତରପ୍ରଦେଶ ଓ ବିହାରର ସୀମାନ୍ତ ଅଞ୍ଚଳର ସିତାବ – ଦିଆରାଠାରେ ଜୟପ୍ରକାଶ ନାରାୟଣଙ୍କର ଜନ୍ମ ହୋଇଥିଲା । ପିଲାଟି ଦିନୁ ଅନ୍ୟାୟ ବିରୋଧରେ ସେ ଲଢେଇ ଜାରି ରଖିଥିଲେ । ଦେଶ ତଥା ବିଦେଶରୁ ପାଠପଢା ସମାପ୍ତ କରିବା ପରେ ଗାନ୍ଧିଜୀଙ୍କର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ୧୯୭୪ରେ ସେ ସମ୍ପୂର୍ଣ୍ଣ ବିପ୍ଲବର ଆରମ୍ଭ କରିଥିଲେ, ଯାହା ତାଙ୍କୁ ଦେଶରେ ଖୁବ ପରିଚିତ କରାଇଥିଲା । ୧୯୯୯ ମସିହାରେ ସମାଜ ସେବା କ୍ଷେତ୍ରରେ ଜୟପ୍ରକାଶଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧି ଭାରତରନି ଦ୍ୱାରା ସମ୍ମାନିତ କରାଯାଇଥିଲା । ପାଟଣାର ବିମାନ ବନ୍ଦର, ନୂଆ ଦିଲ୍ଲୀର ବାହୁଦୂର ଶାହା ଜାଫର ମାର୍ଗରେ ଅବସ୍ଥିତ ଏକ ପାର୍କ ଏବଂ ଦିଲ୍ଲୀର ସର୍ବ ବୃହତ ଚିକିତ୍ସାଳୟ ମଧ୍ୟ ଜୟପ୍ରକାଶଙ୍କ ନାମରେ ନାମିତ କରାଯାଇଛି । ଏହାସହ ଛାପ୍ରା-ଦିଲୀ-ଛାପ୍ରା ସାପ୍ତାହିକ ଦୂରଗାମୀ ରେଳ ମଧ୍ୟ ଜୟପ୍ରକାଶଙ୍କ ସମ୍ମାନାର୍ଥେ ଲୋକନାୟକ ଏକ୍ସପ୍ରେସ ନାମରେ ନାମିତ ହୋଇଛି । ଏହି ଜନନାୟକଙ୍କର ୧୯୭୯ ମସିହା ଅକ୍ଟୋବର ୮ ତାରିଖରେ ଦେହାନ୍ତ ହୋଇଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.