ଦୀପିକା ପାଦୁକୋନ୍ ବର୍ତ୍ତମାନ କିଛି ଦିନ ଧରି ଚର୍ଚ୍ଚାରେ ରହୁଛନ୍ତି । ତେବେ ନିକଟରେ ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ । ନିକଟରେ ଉଭୟ ରଣବୀର ଓ ଦୀପିକାଙ୍କର ଏକ ଆଡ ରିଲିଜ୍ ହୋଇଛି, ଯେଉଁଥିରେ ଅଭିନେତ୍ରୀ ହିଜାବ ପିନ୍ଧିଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଉଭୟ ଆବୁଧାବି ଟୁରିଜିମ ସହିତ ଏକ ନୂଆ ବିଜ୍ଞାପନ ସୁଟିଂ କରିଛନ୍ତି । ଯେଉଁଥିରେ ଦୀପିକା କଷ୍ଟମ୍ୟୁରେ ହିଜାବ ପିନ୍ଧିଛନ୍ତି । ହେଲେ ଏହାକୁ ନେଇ ସୋସିଆଲ ମିଡିଆୟୁଜର୍ସ ଦୀପିକାଙ୍କ ଉପରେ ରାଗୁଥିବା ଦେଖିବାକୁ ମିଳୁଛି । ସେମାନେ ଦୀପିକାଙ୍କୁ ଖୁବ ଅଧିକ ମାତ୍ରାରେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ତେବେ ଦୀପିକାଙ୍କ ଫ୍ୟାନମାନେ ଟ୍ରୋଲରଙ୍କୁ ଯବାବ ଦେଇଛନ୍ତି । ସେମାନଙ୍କ ମତରେ ଦୀପିକା ନିଜ କାମ ପାଇଁ ଏହା କରିଛନ୍ତି । ସେହିଭଳି ଉଭୟ ଭାରତୀୟ ମନ୍ଦିର ମଧ୍ୟ ଯାଇଥାଆନ୍ତି ଏବଂ ହିନ୍ଦୁ ଧର୍ମରେ ସଦାବେଳେ ସମ୍ମାନ କରିଥାଆନ୍ତି । ତେବେ ଘଟଣାରେ ରଣବୀର କିମ୍ବା ଦୀପିକା କାହାର ମନ୍ତବ୍ୟ ମିଳିପାରି ନାହିଁ ।
