ସାମଗ୍ରୀ – ବାଜରା, କଟା ପିଆଜ, ରସୁଣ କଟା, ଜିରା, ଧନିଆ ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ, ଇଚ୍ଛା ଅନୁସାରେ ପରିବା କଟା, ଧନିଆ ପତ୍ର ।
ପ୍ରଣାଳୀ – ପ୍ରଥମେ ବାଜରାକୁ ଧୋଇ ଅଳ୍ପ ସମୟ ପାଇଁ ବତୁରାଇ ନିଅନ୍ତୁ । ଏହାପରେ ପ୍ୟାନରେ ତେଲ ଜିରା ଫୁଟାନ୍ତୁ, ଏହାପରେ ଏଥିରା କଟା ପିଆଜ ଏବଂ ରସୁଣ ପକାଇ ଭାଜି ନିଅନ୍ତୁ । ଏଗୁଡିକ ଭାଜି ହେବାପରେ ଏଥିରେ ସମସ୍ତ ପରିବା ପକାଇ ଭାଜନ୍ତୁ । ପରେ ସମସ୍ତ ଗୁଣ୍ଡ ମସଲା ପକାଇ ଗୋଳାଇ ଦିଅନ୍ତୁ । ଅଳ୍ପ ସମୟ ଭାଜିଲା ପରେ ଏଥିରେ ଭିଜା ହୋଇ ରହିଥିବା ବାଜରା ପକାଇ ଘାଣ୍ଟନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ପାଖପାଖି ୧୫ ମିନିଟ ପରେ ପ୍ରସ୍ତୁତ ହୋଇଯିବ ବାଜରା ପଲଉ । ଶେଷରେ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ ।
