କଟକ ସହରରେ ପୋଲିସ ଛାଉଣୀ

0

କଟକ : କଟକ ସହରରେ କଡା ସୁରକ୍ଷା । ସହରରେ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ପୋଲିସ । ନମାଜ ପାଠ ହେଉଥିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥତି ଏଡ଼ାଇବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁକ୍ରବାର କଦମରସୁଲ ଅଂଚଳରେ ନମାଜ ପାଠ ଓ ଗହଳି ଲାଗୁଥିବାରୁ ଏଭଳି ଫୋର୍ସ ମୁତୟନ କରାଯାଇଛି। କେନ୍ଦ୍ରୀୟ ବଳ ଓ ରାଜ୍ଯ ପୋଲିସ ବଳ ପଇଁତରା ମାରୁଛନ୍ତି। ଭସାଣ ଗଣ୍ଡଗୋଳ ପରେ କମିଶନରେଟ ପୋଲିସ ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।

ଅନ୍ୟପଟେ,ଭସାଣି ରାତି ହିଂସାକାଣ୍ଡ ଘଟଣାରେ ଗତକାଲି ୬ ଜଣ ଗିରଫ ହୋଇଥିଵା ବେଳେ ଭସାଣି ପରଵର୍ତ୍ତି ଶୋଭାଯାତ୍ରା ବେଳେ ହୋଇଥିଵା ଗଣ୍ଡଗୋଳ ଘଟଣାରେ ୭ ଜଣ ଓ ସୋସିଆଲ ମିଡିଆରେ ଗଣ୍ଡଗୋଳ ଉସୁକାଉଥିଵା ପୋଷ୍ଟ ଯୋଗୁଁ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ଵଢିଵାର ସମ୍ଭାବନା ରହିଛି ବୋଲି ପୋଲିସ କହିଛି। ସଦ୍‌ଭାବନା ଓ ଶାନ୍ତି ଭଙ୍ଗ କରିଥିବା ଲୋକଙ୍କୁ ଦମନ କରାଯିବ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ କମିଶନରେଟ୍‌ ପୋଲିସ ଚେତାବନୀ ଦେଇଛି। ଆପତ୍ତିଜନକ ନକରିବାକୁ ପୁଲିସ ପକ୍ଷରୁ ‌ପରାମର୍ଶ ଜାରି କରାଯାଇଛି। ପୋଲିସ କମିଶନର କହିଛନ୍ତି, ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇ ଦିଆଯାଇଛି। ପରାମର୍ଶ ମାଧ୍ୟମରେ ପୋଲିସ କମିଶନର କହିଛନ୍ତି, ନିଜ କ୍ୟାରିୟର ଉପରେ ଦୃଷ୍ଟିରେ ଦିଅନ୍ତୁ। ସାମାଜିକ ଗଣମାଧ୍ୟମରେ କିଛି ବି ଆପପ୍ରଚର କରନ୍ତୁ ନାହିଁ। ବର୍ତମାନ କଟକରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜନଜୀବନ ସ୍ବାଭାବିକ ଭାବେ ଚାଲିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.