ବିଗ୍‌ବସ ଜିତିବା ଲକ୍ଷ

0

ବିଗ୍‌ବସର ଚର୍ଚ୍ଚା ଏବେ ସବୁ ସ୍ଥାନରେ ଦେଖିବାକୁ ମିଳୁଛି । ଏହାର ପ୍ରତିଟି ପ୍ରତିଯୋଗୀ ବର୍ତ୍ତମାନ ଲାଇମ୍‌ ଲାଇଟରେ ରହୁଛନ୍ତି । ଏହି ଚର୍ଚ୍ଚା ତାଲିକାରେ ଯୋଡି ହୋଇଛନ୍ତି ଜଣେ ନୂଆ କଳାକାର । ନିକଟରେ ଶୋ’ରେ ଏଣ୍ଟ୍ରି କରିଛନ୍ତି ଦୀପକ ଚହରଙ୍କ ଭଉଣୀ ତଥା ମଡେଲ ଓ ଅଭିନେତ୍ରୀ ମାଲତି ଚହର, ଯାହାଙ୍କୁ ନେଇ ସମସ୍ତ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି । ମାଲତିଙ୍କ ଲାଇଫ୍‌ ଉପରେ ଜାଣିବାକୁ ସମସ୍ତ ଦର୍ଶକଙ୍କର ଖୁବ ଆଗ୍ରହ ଦେଖିବାକୁ ମିଳୁଛି । ୧୯୯୦ରେ ଉତ୍ତର ପ୍ରଦେଶରେ ଜନ୍ମିତ ମାଲତି ନିଜ ପରିବାରଠାରୁ କିଛି ହଟକେ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଖେଳକୁ ସମର୍ଥନ କରୁଥିଲେ ମଧ୍ୟ ସେ ନିଷ୍ପତ୍ତି ନେଇଥିଲେ କିଛି ସ୍ୱତନ୍ତ୍ର କରିବାକୁ ତେଣୁ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଭାଇ ଦୀପକ ଜଣେ ସଫଳ କ୍ରିକେଟର ହୋଇଥିବାବେଳେ ସେ ଜଣେ ସଫଳ ମଡେଲ । ମଡେଲିଂରୁ ତାଙ୍କ କ୍ୟାରିୟରର ଆରମ୍ଭ ହୁଏ । ଅନେକ ମଡେଲିଂ ପେଜାଣ୍ଟର ସେ ହୁଅନ୍ତି ବିଜେତା, ଯାହା ତାଙ୍କୁ ଆଣିଦିଏ ସଫଳତା । ୨୦୧୭ରେ ସେ ଫିଲ୍ମରେ ମଧ୍ୟ ଡେବ୍ୟୁ କରିଛନ୍ତି । ଏହାସହ କଣ୍ଟେଣ୍ଟ କ୍ରିଏସନରେ ମଧ୍ୟ ତାଙ୍କର ସଫଳତା ଦେଖିବାକୁ ମିଳିଥାଏ । ବର୍ତ୍ତମାନ ବିଗ୍‌ବସରେ ଧମାଲ କରୁଛନ୍ତି ମାଲତି । ଟ୍ରଫି ଜିତିବା ଆଶାରେ ହାଉସ ଏଣ୍ଟ୍ରି କରିଥିବା ମାଲତି ବାଜି ମାରିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.