କଟକ ଗଣ୍ଡଗୋଳ,ଘରେ ଘରେ ପୋଲିସ ଯାଞ୍ଚ

0

କଟକ : ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ କମିଶନରେଟ ପୋଲିସର ଘରେ ଘରେ ଯାଞ୍ଚ । ଦଶହରା ଭସାଣି ଉତ୍ସବ ଚାଲିଥିବାବେଳେ କଟକ ହାତୀପୋଖରୀ ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା ପରେ କମିଶନରେଟ୍ ପୁଲିସ୍‌ ଘର ଘର ବୁଲି ଯାଞ୍ଚ କରୁଛି। ଆଜି ସକାଳୁ ପୁଲିସ ହାତୀପୋଖରୀ ଅଞ୍ଚଳରେ ଛାନଭିନ୍ କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ଏସିପି, ୩ ଜଣ ଆଇଆଇସିଙ୍କ ସହ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଘର ଘର ବୁଲି କମିଶନରେଟ୍ ପୁଲିସ୍‌ କେନ୍ଦ୍ରୀୟ ଫୋର୍ସ ସହ ମିଶି ଯାଞ୍ଚ କରୁଛି। ଏହି ଘଟଣାରେ ପୂର୍ବରୁ ୨୩ ଜଣଙ୍କୁ ପୋଲିସ ଅଟକ ରଖି ଜେରା କରିଥିବାବେଳେ ଆଜି ପୁଣି ୫/୬ ଜଣଙ୍କୁ ଉଠାଇ ନେଇ ପଚରା ଉଚରା କରୁଥିବା ସୂଚନା ମିଳିଛି । ଏହି ଘଟଣାରେ ଗିରଫ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଏହି ଘଟଣାରେ ଯାହାର ବି ସମ୍ପୃକ୍ତି ରହିଥିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ବିବୃତି ଦେଇଛନ୍ତି ।

ଅନ୍ୟପଟେ ବର୍ତ୍ତମାନ କଟକର ସ୍ଥିତି ସୁଧୁରିଛି । ସ୍ବାଭାବିକ ହୋଇଛି ସିଲଭର୍ ସିଟି। ପୁଣି ଚଳଚଞ୍ଚଳ ହୋଇଉଠିଛି ଭାଇଚାରାର ସହର କଟକ। ସମସ୍ତେ ପୁଣି ଏକାଠି ହୋଇଛନ୍ତି । ସମସ୍ତ ଦୋକାନ ବଜାର ଖୋଲିବା ସହ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି। ତଥାପି ସହରର ବିଭିନ୍ନ ଅଞ୍ଚଳରେ କଡା ପାଟ୍ରୋଲିଂ କରୁଛି ପୋଲିସ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.