ଆତ୍ମସମର୍ପଣ କଲେ ୧୬ ହାର୍ଡକୋର ମାଓବାଦୀ

0

ମାଲକାନଗିରି : ଦିନକୁ ଦିନ ଦୁର୍ବଳ ହେଉଛି ମାଓ ସଂଗଠନ । ସୁରକ୍ଷାକର୍ମୀଙ୍କ ବାରମ୍ବାର କୁମ୍ବିଂ ଅପରେସନ ଭୟରେ ଭୁସୁଡ଼ିଯାଉଛି ଲାଲଗଡ଼ । ମୁଖ୍ୟସ୍ରୋତ ମୁହାଁ ହେଉଛନ୍ତି ସଦସ୍ୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୧୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଓ ସଙ୍ଗଠନ ପକ୍ଷରୁ ଚିଠି ଜାରି କରି ବର୍ତ୍ତମାନ ସମୟରେ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

ମାଓ ସଙ୍ଗଠନର ପିଏଲଜିଏ ମିଲିଟାରୀ କମ୍ପାନୀ ନମ୍ବର ଜଣେ ଡେପୁଟି କମାଣ୍ଡର, ପିଏଲଜିଏ ମିଲିଟାରୀ କମ୍ପାନୀ ନମ୍ବର ୧ର ଜଣେ ସଦସ୍ୟ, ନର୍ଥ ବ୍ୟୁରୋ ଟେକ୍ନିକାଲ୍ ଟିମ୍ ର ସଦସ୍ୟ, ଏସିଏମ୍, ପାର୍ଟି ସଦସ୍ୟ, କୁତୁଲ୍ ମାଓ କମିଟି ସଦସ୍ୟ, ଜନତାନା ସରକାର ଅନେକ ସଦସ୍ୟ ଏବଂ ମିଲିସିଆ ସଦସ୍ୟ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଶପଥ ନେଇ ସେମାନେ ହିଂସା ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ନକ୍ସଲଙ୍କ ନାଁରେ ମୋଟ ୭୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା।

ସେହିପରି ଦୀର୍ଘ ୪୪ ବର୍ଷ ଧରି ମାଓ ସଂଗଠନରେ ରହିବା ପରେ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମାଓନେତା ସୁରେଶ ଓରଫ ରୁବେନ । ଦକ୍ଷିଣ ବସ୍ତର ମାଓ ଡିଭିଜନ କମିଟିର ମୁଖ୍ୟ ଥିଲା ରୁବେନ । ଦଣ୍ଡକାରଣ୍ୟ ମାଓ ସ୍ପେଶାଲ ଜୋନାଲ କମିଟିର ମଧ୍ୟ ସଦସ୍ୟ ଥିଲେ । ଆଗରୁ ରୁବେନକୁ ଛତିଶଗଡ ପୋଲିସ ହାତରେ ଧରାପଡିଥିଲା ରୁବେନ । ମାତ୍ର ପରେ ସେ ପୋଲିସ କବଳରୁ ଫେରାର ହୋଇଯାଇଥିଲା । ମାଓ ନେତା ସୁରେଶ ଓରଫ ରୁବେନ ନାଁରେ ଅନେକ ସାଙ୍ଘାତିକ ଅପରାଧିକ ମାମଲା ରହିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.