ରିଆଲିଟି ଶୋ’ ବିଗ୍ବସକୁ ନେଇ ସବୁବେଳେ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଏଥିରେ ପ୍ରତି ସପ୍ତାହରେ ଦୁଇଟି ଏପିସୋଡ ସଲମାନ ଖାନ କରିଥାଆନ୍ତି, ଯାହାକୁ ଉଇକେଣ୍ଡ କା ବାର କୁହାଯାଇଥାଏ । ଏହି ଏପିସୋଡରେ ସଲମାନ ପୁରା ବିଗ୍ବସ ହାଉସରେ ଥିବା ପ୍ରତିଯୋଗୀଙ୍କର କ୍ଲାସ ନେଇଥାଆନ୍ତି । ସେହିଭଳି ଚଳିତ ସିଜିନରେ ନିକଟରେ ଏହି ଏପିସୋଡରେ ଅଭିନେତ୍ରୀ ଅଶନୁର କୋରଙ୍କର ସଲମାନ କ୍ଲାସ ନେଉଥିବା ଦେଖିବାକୁ ମିଳିଛି । ସଲମାନ ତାଙ୍କୁ ଏରୋଗାଣ୍ଟ କହୁଥିବା ଦେଖିବାକୁ ମିଳିଛି, ଯାହାପରେ ସୋସିଆଲ ମିଡିଆରେ କ୍ଲିପଟି ଭାଇରାଲ ହେଉଛି । ଭିଡିଓରେ ସଲମାନ ଅଶନୁରଙ୍କୁ ତାଗିଦ କରୁଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଅଶନୁର ଚଳିତ ବିଗ୍ବସରେ ଭାଗ ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ରହିଥିବାବେଳେ ସଲମାନଙ୍କର ଏହି ଗାଳି ତାଙ୍କ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବା ନେଇ ଫ୍ୟାନମାନେ ଆକଳନ କରୁଛନ୍ତି ।
