କିଏ ହାତେଇବ ନୂଆପଡା ଆସନ, ୩ ପ୍ରମୁଖ ଦଳର କସରତ ଆରମ୍ଭ

0

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ରାଜନୀତି । ତିନି ପ୍ରମୁଖ ଦଳ ମଧ୍ୟରେ ଏଠାରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଉପନିର୍ବାଚନ ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ କରିବେ । ନବୀନଙ୍କ ପଦଯାତ୍ରା ଦ୍ୱାରା ବିଜେପିକୁ କିଛି ଫରକ ପଡିବ କି ନାହିଁ ତାହା ସାଧାରଣ ଲୋକ ବିଚାର କରିବେ । ଆମ ସରକାର ୧୧ବର୍ଷ ହେଲା କେନ୍ଦ୍ରରେ କଣ କରିଛନ୍ତି ଓ ୧୫ମାସ ହେଲା ରାଜ୍ୟରେ କଣ କରିଛନ୍ତି ତାହା ଆମେ କହିବୁ । ବିଜେଡି ୨୪ବର୍ଷରେ କଣ କରିଛି ଓ କଂଗ୍ରେସ ୪୦ବର୍ଷରେ କଣ କରିଛି ତାହା ସେମାନେ କହିବେ । କାହାକୁ ଗ୍ରହଣ କରିବେ, ଲୋକେ ବିଚାର କରିବେ ।

ସେହିପରି ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ନୂଆପଡା ବିଜେଡି ର ଥିଲା,ରହିଛି ଏବଂ ରହିବ । ଏହି ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟରେ ବିଜେଡି ବିଜୟୀ ହେବ । ନୂଆପଡାର ବିକାଶ ପ୍ରତି ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ରହିଛି । ଲୋକେ ନବୀନଙ୍କୁ ମନେ ପକାଉଛନ୍ତି । ନବୀନ ଯାହାକୁ ଟିକେଟ ଦେବେ ସେ ଜିତିବ, ଦୃଢୋକ୍ତି ବାଢିଛନ୍ତି ପ୍ରମିଳା ।

ପ୍ରମିଳା କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ, ସେତେବେଳେ ନୂଆପଡାକୁ ଗଲେ, ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ । କାଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଢୋଲକିଆଙ୍କ ସ୍ୱପ୍ନ ପୂରଣ କରିବେ । ତାଙ୍କ ଶୁଦ୍ଧିକ୍ରୟାରେ କାହିଁକି ଏ କଥା କହିଲେ ନାହିଁ । ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ଏଠାରୁ ୪ ଥର ଜିତିଥିଲେ । ତାଙ୍କ ପୁଅ ଜୟ ଢ଼ୋଲକିଆ ଏଥର ବିଜେଡି ପ୍ରାର୍ଥୀ ହେବା ଏକରକମ ନିଶ୍ଚିତ ।

ଅନ୍ୟପଟେ,ନୂଆପଡା ଆସନରେ ବିଜୟକୁ ନେଇ ଦୃଢ଼ତା ଦେଖାଇଛନ୍ତି କଂଗ୍ରେସର ୨ ବରିଷ୍ଠ ନେତା । କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନୂଆପଡାରେ ନ୍ୟାୟ ସମାବେଶ କରି ପ୍ରଚାର ଆରମ୍ଭ କରି ଦେଇଥିବାବେଳେ ବରିଷ୍ଠ ନେତା ଜୟଦେବ ଜେନା ସେଠାରେ କଂଗ୍ରେସ ଜିତିବ ବୋଲି କହିଛନ୍ତି । ନୂଆପଡାରେ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏଠାରେ ଦଳ ଘାଶିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ଦଳ ଘାସିରାମଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.