ବିହାର ନିର୍ବାଚନର ୧୭ଟି ନୂଆ ସଂସ୍କାର

0

ନୂଆଦିଲ୍ଲୀ: ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୪ରେ ଭୋଟ୍ ଗଣନା କରାଯିବ। ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ପରେ ହେବାକୁ ଥିବା ଏହି ମତଦାନ ଦେଶର ଅନ୍ୟାନ୍ୟ ରାଜ୍ୟରେ ଭୋଟର ତାଲିକା ଶୁଦ୍ଧ କରିବାର ରାସ୍ତା ଦେଖାଇବ।
୧. ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କୁ ତାଲିମ- ରାଜନୈତିକ ଦଳଗୁଡ଼ିକ ଦ୍ବାରା ନିଯୁକ୍ତ ବୁଥ୍‌ସ୍ତରୀୟ ଏଜେଣ୍ଟ୍‌ (ବିଏଲ୍‌ଏ)ମାନଙ୍କୁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସମର୍ଥନ କରିବାର ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଛି।
୨. ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ– ବିହାର ସମେତ ଦେଶର ବିଭିନ୍ନ ସ୍ଥାନରୁ ୭,୦୦୦ରୁ ଊର୍ଦ୍ଧ୍ଵ ବିଏଲ୍‌ଓ ଓ ବିଏଲ୍‌ଓ ସୁପରଭାଇଜରଙ୍କୁ ନୂଆଦିଲ୍ଲୀସ୍ଥିତ ଆଇଆଇଆଇଡିଇଏମ୍‌ରେ ପ୍ରଶିକ୍ଷଣ ଦିଆଯାଇଛି।
୩. ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ- ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ବିହାରର ପୁଲିସ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।
୪. ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ – କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ ନ କରିବା ଲାଗି ଭୋଟର ତାଲିକାର ଶୁଦ୍ଧିକରଣ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରିଚାଳନା କରାଯାଇଛି।
୫. ଅଧିକାରୀମାନଙ୍କ ପାରିଶ୍ରମିକ ବୃଦ୍ଧି- ବିଏଲ୍‌ଓଙ୍କ ପାରିଶ୍ରମିକ ଦ୍ୱିଗୁଣିତ କରାଯାଇଛି, ବିଏଲ୍‌ଓ ସୁପରଭାଇଜର ଏବଂ ମତଦାନ/ଗଣତି କର୍ମଚାରୀ, ସିଏପିଏଫ୍, ମନିଟରିଂ ଟିମ୍ ଓ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ଇଆର୍‌ଓ ଓ ଏଇଆର୍‌ଓଙ୍କୁ ପାରିଶ୍ରମିକ ପ୍ରଦାନ ବ୍ୟବସ୍ଥା କରାଯାଇଛି।
୬. ଇପିଆଇସିର ମାଗଣା ବିତରଣ-
ନିର୍ବାଚନ ଫଟୋ ପରିଚୟପତ୍ର (ଇପିଆଇସି)ରେ ଅପଡେଟ୍‌ ସହିତ ୧୫ ଦିନ ମଧ୍ୟରେ ପହଞ୍ଚାଇବାକୁ ନିଶ୍ଚିତ କରିବା ଲାଗି ନୂଆ ଏସ୍‌ଓପି। ଏଥିରେ ପହଞ୍ଚାଇବାର ପ୍ରତ୍ୟେକ ପର୍ଯ୍ୟାୟରେ ଏସ୍‌ଏମ୍‌ଏସ୍‌ ପ୍ରଦାନକୁ ନିଶ୍ଚିତ କରାଯିବ।
୭. ବିଏଲ୍‌ଓଙ୍କ ପାଇଁ ଫଟୋ ପରିଚୟ ପତ୍ର- କ୍ଷେତ୍ରସ୍ତରରେ ପାରଦର୍ଶିତା ଓ ଜନସାଧାରଣଙ୍କ ବିଶ୍ୱାସ ବଢ଼ାଇବା ଲାଗି ବିଏଲ୍‌ଓମାନଙ୍କୁ ଦିଆଯାଉଥିବା ପରିଚୟପତ୍ରଗୁଡ଼ିକୁ ଗୋଟିଏ ନିର୍ଦ୍ଦିଷ୍ଟ ମାନର କରାଯାଇଛି।
୮. ମତଦାନ କେନ୍ଦ୍ରରେ ମୋବାଇଲ୍‌ ଜମା ସୁବିଧା- ମୋବାଇଲ୍ ଫୋନ୍ ଜମା କରିବା ପାଇଁ ଭୋଟରଙ୍କ ଲାଗି ମତଦାନ କେନ୍ଦ୍ର ବାହାରେ କାଉଣ୍ଟର କରାଯିବ।
୯. ସ୍ପଷ୍ଟ ଭୋଟର ସୂଚନା ସ୍ଲିପ୍ (ଭିଆଇଏସ୍) – ଭୋଟରଙ୍କ ସହଜ ଯାଞ୍ଚ ପାଇଁ କ୍ରମିକ ଓ ପାର୍ଟ ନମ୍ବରକୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯିବ।
୧୦. ୱାନ୍ ଷ୍ଟପ୍ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ- ଇସିଆଇନେଟ୍ ଆପ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ରହିଛି। ଏଥିରେ ରିଅଲ୍ ଟାଇମ୍ ମତଦାନ ଅପଡେଟ୍ ସାମିଲ ରହିଛି। ପ୍ରିଜାଇଡିଂ ଅଫିସରମାନେ ମତଦାନ ଦିନ ପ୍ରତି ଦୁଇ ଘଣ୍ଟାରେ ଥରେ ଇସିଆଇନେଟ୍ ଆପ୍‌ରେ ମତଦାନ ତଥ୍ୟ ଅପଲୋଡ୍ କରିବେ ଯାହାଫଳରେ ଆନୁମାନିକ ମତଦାନ ଧାରା ଅପଡେଟ୍ କରିବାରେ ସମୟକୁ ହ୍ରାସ କରାଯାଇପାରିବ।
୧୧. ୧,୨୦୦ ଭୋଟରରେ ସୀମିତ ରହିବ ମତଦାନ କେନ୍ଦ୍ର- ଉଚ୍ଚ ଆବାସିକ ସୌଧ ଓ ସୋସାଇଟିରେ ଭିଡ଼ ହ୍ରାସ ଓ ଛୋଟ ଧାଡ଼ିକୁ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ବୁଥ୍ ଖୋଲାଯିବ ଏବଂ ପ୍ରତ୍ୟେକ ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧,୨୦୦ ଭିତରେ ସୀମିତ ରହିବ।
୧୨. ମତଦାନ କେନ୍ଦ୍ରର ୧୦୦ ମିଟର ବାହାରେ ପ୍ରାର୍ଥୀଙ୍କ ବୁଥ୍‌ ରହିବ- ଭୋଟରଙ୍କୁ ଅନୌପଚାରିକ ପରିଚୟପତ୍ର ପ୍ରଦାନ କରିବା ଲାଗି ମତଦାନ ଦିନ ପ୍ରାର୍ଥୀମାନେ ଯେକୌଣସି ମତଦାନ କେନ୍ଦ୍ରର ମାତ୍ର ୧୦୦ ମିଟର ବାହାରେ ବୁଥ୍ ସ୍ଥାପନ କରିପାରିବେ।
୧୩. ମତଦାନ କେନ୍ଦ୍ରରେ ୧୦୦% ୱେବ୍‌କାଷ୍ଟିଂ- ମତଦାନ ପ୍ରକ୍ରିୟାର କୌଣସି ଉଲ୍ଲଙ୍ଘନ ନ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବା ସୁନିଶ୍ଚିତ କରିବା ପାଇଁ ମତଦାନ କେନ୍ଦ୍ରରେ ୧୦୦% ୱେବ୍‌କାଷ୍ଟିଂ କରାଯିବ।
୧୪. ଇଭିଏମ୍ ବାଲଟ୍ ପେପର ନିର୍ଦ୍ଦେଶାବଳୀ ସଂଶୋଧନ- ଇଭିଏମ୍ ବାଲଟ୍ ପେପରକୁ ଅଧିକ ପଠନଯୋଗ୍ୟ କରିବା ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି। ଇଭିଏମ୍‌ରେ ପ୍ରଥମ ଥର ପାଇଁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ।
୧୫. ମେଳ ଖାଉ ନ ଥିବା ମାମଲାରେ ଭିଭିପାଟ୍ ଗଣତି ବାଧ୍ୟତାମୂଳକ- ଫର୍ମ ୧୭ସି ଓ ଇଭିଏମ୍ ଡାଟା ମଧ୍ୟରେ ମେଳ ଖାଉ ନ ଥିଲେ ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ।
୧୬. ପୋଷ୍ଟାଲ ବାଲଟ୍ ଗଣତିକୁ ସୁବ୍ୟବସ୍ଥିତ କରାଯିବ- ପୋଷ୍ଟାଲ ବାଲଟ୍ ପେପର ଗଣତି ପରେ ଇଭିଏମ୍/ଭିଭିପାଟ୍‌ର ଶେଷ (ଦ୍ୱିତୀୟ) ରାଉଣ୍ଡ ଗଣତି ହେବ।
୧୭. ଡିଜିଟାଲ ଇଣ୍ଡେକ୍ସ କାର୍ଡ ଓ ରିପୋର୍ଟ- ସମସ୍ତ ହିତାଧିକାରୀଙ୍କ ପାଇଁ ନିର୍ବାଚନମଣ୍ଡଳୀ ସ୍ତରରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା ପାଇଁ ଟେକ୍ନୋଲୋଜି ପରିଚାଳିତ ବ୍ୟବସ୍ଥା କରାଯିବ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.