ମଣିପୁରରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

0

ଇମ୍ଫାଲ: ମଣିପୁରରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଶନିବାର ବଡ଼ଧରଣର ତଲାସି ଅଭିଯାନ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦାଦାବଟି ଆଦାୟ ତଥା ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଅଭିଯୋଗରେ କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମା‌ନଙ୍କଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ତଥା ନିଶାଦ୍ରବ୍ୟ ଜବତ କରାଯାଇଛି। ପଶ୍ଚିମ ଇମ୍ଫାଲର ସେକମି ଥାନା ଅନ୍ତର୍ଗତ କାଙ୍ଗଲାଟୋମ୍ବି ଅଞ୍ଚଳରେ ସୁରକ୍ଷାକର୍ମୀ ଗୋଟିଏ ୯ ଏମଏମ କାର୍ବାଇନ ସବ୍‌‌ମେସିନ ଗନ, ଗୋଟିଏ ପଏଣ୍ଟ ୩୦୩ ରାଇଫଲ, ୯ ଏମଏମ ପିସ୍ତଲ , ଗୋଟିଏ ପଏଣ୍ଟ ୩୨ ପିସ୍ତଲ ସହିତ ଏସବୁର ମାଗାଜିନ, ୭ଟି ଦେଶୀ ବନ୍ଧୁକ ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେହିପରି ନ୍ୟୁ କିଥେଲମାନ୍ବି ଅଞ୍ଚଳରୁ ମଧ୍ୟ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ଏହିସବୁ ଚଢ଼ଉ କରାଯାଇଥିଲା। ପୂର୍ବ ଇମ୍ଫାଲରୁ କେପିସି (ପିଡବ୍ଲ୍ୟୁଜି) କ୍ୟାଡର ଜଣେ ସକ୍ରିୟ ସଦସ୍ୟକୁ ମଣିପୁର ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ସୋଇବାମ ମାଲେମ୍ନଗାନବା ମୈତେୟୀ (୪୪) ସରକାରୀ ଅଧିକାରୀଙ୍କ ସହିତ ସର୍ବସାଧାରଣରେ ଦାଦାବଟି ଆଦାୟ କରୁଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଶାମୁରେଲାତପାମ ପ୍ରକାଶ ଶର୍ମା ଓରଫ ବନଗୋ (୪୪)କୁ ପୁଲିସ ଗିରଫ କରିଛି। ଏହାପୂର୍ବରୁ ଶୁକ୍ରବାର ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହିସବୁ ଗିରଫଦାରୀ ପରେ ମଣିପୁରରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଥିବା କୁହାଯାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.