ସାବାସ ତ୍ରିସା

0

ନିକଟରେ ପ୍ରଦାନ କରାଯାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ମସସ୍ତ ବଡବଡ ଅଭିନେତାଙ୍କ ଭିତରେ ଷ୍ଟାର ପାଲଟିଥିଲେ ମାତ୍ର ୪ବର୍ଷର ଜଣେ ଶିଶୁ ତ୍ରିସା । ମାତ୍ର ୪ବର୍ଷରେ ସେ ଜିତିଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ତାଙ୍କ ଫିଲ୍ମ ନାଲ ୨ପାଇଁ ସେ ଏହି ପୁରସ୍କାର ଜିତିବାରେ ସକ୍ଷମ ହୋଇଛନ୍ତି । ସେବେଠାରୁ ତାଙ୍କୁ ନେଇ ଚର୍ଚ୍ଚା ଥମୁନି । ଅନେକ ବଡବଡ ଷ୍ଟାର ତାଙ୍କ ସଫଳତାରେ ତାଙ୍କୁ ସାବାସୀ ଜଣାଇଛନ୍ତି । ପୁରସ୍କାର ପାଇବାପରେ ସେ ଖୁବ ଖୁସି ଅଛନ୍ତି । ଅନେକ କଳାକାରଙ୍କୁ କ୍ୟାରିୟରରେ ଅନେକ ବର୍ଷ ଏହି ପୁରସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଥିବାବେଳେ ମାତ୍ର ୪ବର୍ଷରେ ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ତାଙ୍କ ଅଭିଭାବକ ସବୁଠାରୁ ବେଶି ଖୁସି ଅଛନ୍ତି । ଆଗକୁ ମଧ୍ୟ ତ୍ରିସା ଅଭିନୟରେ ନିଜ କ୍ୟାରିୟର କରିବେ ବୋଲି ସେମାନେ ମତ ଦେଇଛନ୍ତି । ତ୍ରିସା ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାର ପାଲଟି ଯାଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.