ନେପାଳରେ ଭୂସ୍ଖଳନ ଏବଂ ଅଚାନକ ବନ୍ୟାରେ ୬୪ ମୃତ

0

କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟାରେ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ଶତାଧିକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ପୋଲଗୁଡ଼ିକ ଧୋଇ ଯାଇଥିବାରୁ ଅଣାୟତ୍ତ ସ୍ଥିତି ଉପୁଜିଛି। କେବଳ ଇଲାମ ଜିଲ୍ଲାରେ ପୃଥକ ଭୂସ୍ଖଳନ ଯୋଗୁଁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ନେପାଳର ଅନ୍ୟ ସ୍ଥାନରେ ବଜ୍ରପାତ ଓ ବର୍ଷାଜନିତ ଘଟଣାରେ ଅନ୍ୟ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖପାତ୍ର ଶାନ୍ତି ମହାତ କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ବିପନ୍ନଙ୍କୁ ସହାୟତା ଦିଆଯାଉଛି। ପାଣିପାଗ କର୍ତ୍ତୃପକ୍ଷ ମଧ୍ୟ ୧୦ରୁ ଅଧିକ ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖିଛନ୍ତି। ପରିବହନ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭୂସ୍ଖଳନ ଯୋଗୁଁ କାଠମାଣ୍ଡୁକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ମାର୍ଗ ବନ୍ଦ ରହିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.