କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ ଦମ୍ପତି

ଭୁବନେଶ୍ୱର: ଓଡ଼ିଶାରୁ ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ଏ ସମ୍ପର୍କରେ ସୋମବାର ଦିନ ନିର୍ଦ୍ଦେଶ ଜାରି କରାଯାଇଛି। ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ତେବେ ଉଭୟେ ହେଉଛନ୍ତି ପତି-ପତ୍ନୀ । ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କୁ ୩ ସପ୍ତାହ ଭିତରେ ରିଲିଭ କରିବା ଲାଗି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଛି।

ସୂଚନା ଅନୁଯାୟୀ, ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ରଖାଯାଇଛି ଏବଂ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ଦିଲ୍ଲୀର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବରେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ।

ସେହିପରି, ୨୦୧୪ ବାଥ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଶ୍ରୀ ସ୍ୱାଧା ଦେବ ସିଂହଙ୍କୁ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ନୂଆଦିଲ୍ଲୀର ଆରଜିଆଇ (ମୁଖ୍ୟାଳୟ) କାର୍ଯ୍ୟାଳୟରେ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ / ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଉପସଚିବ ସ୍ତରୀୟ) ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ଏହି ପଦରେ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

Launching Ceremony of “AYUSHMAN BHARAT

Comments are closed.