ଭୁବନେଶ୍ୱର : ଆଜି ଜଗତ୍ଜନନୀ ମା’ଦୁର୍ଗତିନାଶିନୀଙ୍କ ମହାଷ୍ଟମୀ ପୂଜା । ପାର୍ବଣ ଉପଲକ୍ଷେ ସାରାରାଜ୍ୟ ଉତ୍ସବ ମୁଖର । ପୂଜା ପାଠରେ କମ୍ପୁଛି ପରିବେଶ ।ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଜଗତଜନନୀ ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ । ନବରାତ୍ରୀର ନବମ ଦିବସରେ ମାଆ ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି । ସମସ୍ତଙ୍କୁ ଅନନ୍ୟ, କୃପା ଓ ଦୟାରେ ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି,ମୋ ପ୍ରିୟ ଭାଇ ଓ ଭଉଣୀମାନେ ନମସ୍କାର। ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା। ଆସନ୍ତୁ ଏହି ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ମା’ଙ୍କ ଆଶୀର୍ବାଦ ନେବା।

Comments are closed.