ସଡକ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର : ୧୬ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ପୋଲିସ କର୍ମଚାରୀଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ ଇନ୍ସପେକ୍ଟର ବବୃବାହନ ନାୟକ । ଏଥିରେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଶନିବାର ରାତିରେ ବବୃବାହନ କଟକରୁ ସ୍ଵାସ୍ଥ୍ୟ ପରୀକ୍ଷା କରି ବିଳମ୍ବିତ ରାତିରେ ପୁଅ ସହ ବାଇକରେ ଫେରୁଥିଲେ । ଏହି ସମୟରେ କୁଆଖିଆ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ଵୋଇଥିଲା । ତାଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ବବୃବାହନ ନାୟକ ଜଣେ ମିଷ୍ଟଭାଷୀ କର୍ମଠ ଏବଂ ମେଳାପୀ ଲୋକ ଥିଲେ । ତାଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

Launching Ceremony of “AYUSHMAN BHARAT

Comments are closed.