ପହଲଗାମ ଆକ୍ରମଣକୁ ବ୍ରିକ୍ସ ରାଷ୍ଟ୍ରଙ୍କ ନିନ୍ଦା

ନୂଆଦିଲ୍ଲୀ: ସାଂଘାଇ ଶିଖର ସମ୍ମିଳନୀ ପରେ ପୁଣି ଥରେ ଆନ୍ତର୍ଜାତିକ ସ୍ତରରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଜମ୍ମୁ ଓ କାଶ୍ମୀରରେ ଏପ୍ରିଲ ୨୨ରେ ହୋଇଥିବା ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ବ୍ରିକ୍ସ ରାଷ୍ଟ୍ର ପକ୍ଷରୁ ଶନିବାର ପହଲଗାମ ଆକ୍ରମଣକୁ ‘ଅପରାଧିକ ତଥା ଅନୁଚିତ’ କୁହାଯିବା ସହିତ ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତିକୁ ବିରୋଧ କରାଯାଇଥିଲା। ସୂଚନାଯୋଗ୍ୟ, ଏହାପୂର୍ବରୁ ସେପ୍ଟେମ୍ବର ୧ରେ ସାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀରେ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଥିଲା। ଚୀନ ଓ ତୁର୍କୀ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଥିଲେ। ତେବେ ଭାରତ ପକ୍ଷରୁ ଏଥିପାଇଁ ପାକିସ୍ତାନକୁ ଦାୟୀ କରାଯାଉଥି‌ଲେ ମଧ୍ୟ ସେମାନେ ପାକିସ୍ତାନର ନାଁ ନେଇନଥିଲେ।

Launching Ceremony of “AYUSHMAN BHARAT

Comments are closed.