ଭାରତୀୟ ସଙ୍ଗୀତ ଜଗତର ଜଣେ ଜୀବନ୍ତ କିମ୍ବଦନ୍ତୀ ଭାବେ ଲତା ମଙ୍ଗେସକର ପରିଚିତ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର “ଭାରତରନି’ରେ ସମ୍ମାନିତ କରାଯାଇଛି । ଲତା ମଙ୍ଗେସକରଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପେଫମ୍ବର ୨୮ ତାରିଖରେ ହୋଇଥିଲା । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବାବେଳେ ତାଙ୍କ ପିତାଙ୍କର ହୃଦରୋଗରେ ଦେହାନ୍ତ ହୋଇଥିଲା । ଲତାଙ୍କର ସଙ୍ଗୀତ କ୍ୟାରିୟର ୧୯୪୨ରୁ ଆରମ୍ଭ ହୋଇଥିଲା । ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର “କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଏହି କ୍ୟାରିୟର ଲମ୍ବି ଚାଲିଲା, ଯେଉଁଥିରେ ଶହଶହ ଗୀତ ସାମିଲ ହେଲା । ୧୯୬୩ରେ ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ “ଏ ମେରେ ଓ୍ୱତନ୍ କେ ଲୋଗୋଁ’ ଶୁଣି ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ “ପଦ୍ମଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍, କଲ୍ୟାଣଜୀ ଆନନ୍ଦଜୀ ଓ ରାହୁଲ ଦେବ ବର୍ମନଙ୍କ ସହ କାମ କରିଥିଲେ । ସେ “ହମ୍ ଆପକେ ହେ କୌନ୍’, “ବୀରଜାରା’ ପରି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଥିଲ । ଏହି ମହାନ ଗାୟିକାଙ୍କର ୬ ଫେବ୍ରୁଆରୀ ୨୦୨୨ରେ ୯୨ ବର୍ଷରେ ଦେହାନ୍ତ ହୋଇଥିଲା ।

Comments are closed.