କାନ୍ଦି କାନ୍ଦି ଦେଇଥିଲେ ସଟ

ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥାଏ । ଉଭୟଙ୍କ ସହ ସମ୍ପର୍କରେ ଥିବା ଲୋକମାନେ ବିଭିନ୍ନ ସମୟରେ ଉଭୟଙ୍କ ବିଷୟରେ କଥା ହୋଇଥାଆନ୍ତି । ସେହିକ୍ରମରେ ନିକଟରେ ଲିରିସିଷ୍ଟ ସମୀର ଅନଜାନ ଫିଲ୍ମ ତେରେ ନାମ ସୁଟିଂ ସମୟର କିଛି କଥା ସେୟାର କରିଛନ୍ତି । ଏହି ସମୟରେ ସଲମାନ ଓ ଐଶ୍‌ଙ୍କର ବ୍ରେକଅପ ହୋଇଥାଏ, ସଲମାନ ଏଥିରୁ ବାହାରିବାକୁ ଚେଷ୍ଟା କରୁଥାଆନ୍ତି । ତେବେ ଐଶ୍‌ଙ୍କୁ ମନେ ପକାଇ ସଲମାନ ସେତେବେଳେ ସେଟ୍‌ରେ କାନ୍ଦୁଥିବା ସେ ପ୍ରକାଶ କରିଛନ୍ତି । ଏପରିକି ସେ ଏହି ସମୟରେ ହିମେଶ ରେଶମିଆଙ୍କୁ ଗୀତ ବୋଲିବାକୁ ଅନୁରୋଧ କରୁଥିଲେ । ସେହି ଗୀତ ଶୁଣି କାନ୍ଦି କାନ୍ଦି ପୁରା ଫିଲ୍ମର ସଟ ସେ ଦେଇଥିବା ସମୀର ପ୍ରକାଶ କରିଛନ୍ତି । ସମୀରଙ୍କର ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତକାରରେ ସମୀର ସାହିଦ ଓ କରୀନାଙ୍କ ବ୍ରେକଅପ ସମ୍ପର୍କରେ ମଧ୍ୟ କଥା ହୋଇଛନ୍ତି । ସେମାନଙ୍କ ବ୍ରେକଅପ ପରେ ମଧ୍ୟ ସେମାନଙ୍କର ଏକାଠି କାମ କରିବାରେ ସମସ୍ୟା ଉପୁଜିଥିଲା ବୋଲି ସେ ମତ ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.