ମସରୁମ ମସାଲା ଓଟ୍ସ

ସାମଗ୍ରୀ – ଛତୁ, ସାଧା ଓଟସ୍‌, ପିଆଜ କଟା, ଟମାଟୋ କଟା, କଞ୍ଚା ଲଙ୍କା, ଲୁଣ, ହଳଦୀ, ମ୍ୟାଗି ମସଲା, ଜିରା ।
ପ୍ରଣାଳୀ – ପ୍ରଥମେ ତେଲରେ ଜିରା ଫୁଟଣ କରି ଏଥିରେ କଟା କଞ୍ଚା ଲଙ୍କା, ଓ ପିଆଜ ପକାନ୍ତୁ । ପିଆଜ ଅଳ୍ପ ଭାଜିହେବା ପରେ ଏଥିରେ କଟା ଛତୁ ଓ ଟମାଟୋ ପକାନ୍ତୁ । ଲୁଣ ଦେଇ ସମସ୍ତ ସାମଗ୍ରୀକୁ ଭଲକରି ଭାଜନ୍ତୁ । ଛତୁ ସିଝିବା ପରେ ଏଥିରେ ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ । ଏହାପରେ ଆବଶ୍ୟକ ଅନୁଯାୟୀ ଓଟସ ପକାଇ ଗୋଳାନ୍ତୁ । ବର୍ତ୍ତମାନ ଏଥିରେ ପାଣି ଦିଅନ୍ତୁ, ପାଣି ଟିକେ ଅଧିକ ଦେବେ । ଏହାପରେ ଏଥିରେ ମ୍ୟାଗି ମସଲା ପକାଇ ଗୋଳାଇ ଦିଅନ୍ତୁ । ଓଟସ ଅଳ୍ପ ସମୟ ଫୁଟିବା ପରେ ଗ୍ୟାସ ବନ୍ଦ କରି ନିଅନ୍ତୁ, ପ୍ରସ୍ତୁତ ହୋଇଗଲା ମସରୁମ ମସଲା ଓଟ୍ସ ।

Launching Ceremony of “AYUSHMAN BHARAT

Comments are closed.