ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭ କରିଛନ୍ତି ଏବଂ ରାଜ୍ୟବ୍ୟାପୀ ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦ହଜାର ଟଙ୍କା ପଠାଇଛନ୍ତି। ଏଥିପାଇଁ ମୋଟ୍ ୭,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅଧିକାରୀମାନେ କହିଛନ୍ତି, ମହିଳାଙ୍କୁ ଆତ୍ମନିର୍ଭର କରିବା ଏବଂ ଆତ୍ମ ନିଯୁକ୍ତ ଓ ଜୀବିକା ସୁଯୋଗ ମାଧ୍ୟମରେ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଲକ୍ଷ୍ୟ। ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଯୋଜନା ଅଧୀନରେ ରାଜ୍ୟରେ ପ୍ରତି ଘରୁ ଜଣେ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ପ୍ରଦାନ କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଏନ୍ଡିଏ ସରକାର ବିହାରରେ ଅନେକ ବିକାଶମୂଳକ ଏବଂ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି।

Comments are closed.