ଅନେକ ରୋଗ ଦୂର କରିଥାଏ ଯୋଗ

ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ଆମର ଶାରିରୀକ ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ । ତେବେ ଏଭଳି କିଛି ଯୋଗ ରହିଛି, ଯାହାକୁ କରିବା ଦ୍ୱାରା ଆମେ ଆମର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ହେଲେ ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଯୋଗ କରନ୍ତୁ ।
ପଶ୍ଚିମୋତ୍ତନାସନ – ଏହାକୁ କରିବା ଦ୍ୱାରା ଆମର ହାତ ଓ ଗୋଡ ଷ୍ଟ୍ରେଚ ହୋଇଥାଏ । ଏହା ଆମର ସ୍ନାୟୁ ଜନିତ ରୋଗ ପାଇଁ ଭଲ ହୋଇଥାଏ । ଏହା ଆମ ପିଠି, କାନ୍ଧ, ଅଣ୍ଟା ଆଦିରେ ଥିବା ଯନ୍ତ୍ରଣାକୁ କମାଇଥାଏ । ତେବେ ଯଦି ଆପଣ କୌଣସି ସ୍ନାୟୁ ଜନିତ ରୋଗରେ ପୀଡିତ ତେବେ ଆଗ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଏହାପରେ ଏହି ଆସନ କରନ୍ତୁ ।
ଅର୍ଦ୍ଧ ମତ୍ସ୍ୟାସନ – ଏହା ବିଶେଷ ଭାବେ ଆମ ଆଣ୍ଠୁ ପାଇଁ ଖୁବ ଉପକାରୀ ହୋଇଥାଏ । ଏହି ଆସନ କରିବା ଟିକେ କଷ୍ଟ ହୋଇଥାଏ, ତେଣୁ ଏହାକୁ କରିବାବେଳେ କାହାଠାରୁ ପରାମର୍ଶ ନିଅନ୍ତୁ । ତେବେ ଏହା ଆମର ବିଭିନ୍ନ ସ୍ନାୟୁ ସମସ୍ୟା, ପେଟ ରୋଗ ପାଇଁ ଲାଭ ଦାୟକ ହୋଇଥାଏ । ସେହିଭଳି ଏହା ଆମର ଶରୀରର ଇଣ୍ଟରନାଲ ଅର୍ଗାନ୍‌ ପାଇଁ ବିଶେଷ ଦରକାରୀ ହୋଇଥାଏ ।
ମୟୁରାସନ – ଏହାକୁ ଆପଣ ବସିକରି ମଧ୍ୟ କରିପାରିବେ । ଏହି ଆସନ ଗୋଡ, ଆଣ୍ଠୁ ଓ ଅନ୍ୟାନ ଜଏଣ୍ଟ ପାଇଁ ବେଶ୍‌ ଉପକାରୀ ହୋଇଥାଏ । ଅଣ୍ଟା ବିନ୍ଧା ପାଇଁ ଏହା ଲାଭଦାୟକ ହୋଇଥାଏ । ଏହି ଆସନ କରିବା ଦ୍ୱାରା ଆମ ଶରୀରର ଫ୍ଲେକ୍ସିବିଲିଟି ବଢିଥାଏ ।
ସାଇଡ୍‌ ଷ୍ଟ୍ରେଚ – ବସିକରି ଆପଣ ସାଇଡ ଷ୍ଟ୍ରେଚ ଯୋଗ କରିପାରିବେ, ଯାହା ଆପଣଙ୍କ ହାତ ଓ କାନ୍ଦର ଷ୍ଟ୍ରେଚିଂ କରିବ । ଏହା ପୁରା ଶରୀରରକୁ ରିଲାକ୍ସ କରିବାରେ ସହାୟକ ହୋଇଥାଏ । ବେକ ଯନ୍ତ୍ରଣା, ପିଠି ଓ କାନ୍ଧ ଯନ୍ତ୍ରଣା ପାଇଁ ଏହା ଲାଭ ଦାୟକ ହୋଇଥାଏ । ଏହା ଆମର ଷ୍ଟ୍ରେସ ବୁଷ୍ଟର ଭାବେ କାମ କରିଥାଏ ।

Launching Ceremony of “AYUSHMAN BHARAT

Comments are closed.