ଦେଢଘଣ୍ଟା ଧରି କରୁଥିଲେ ମେକଅପ

ଅଦା ଶର୍ମା କେରଲା ଷ୍ଟୋରୀ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମରେ ସେ ଶାଲିନୀ ଓ ଫାତିମା ଉଭୟ ରୋଲରେ ଅଭିନୟ କରଥିଲେ । ତେବେ ଉଭୟ ରୋଲ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡଥିଲା । ଏନେଇ ନିଜର ଅନୂଭବକୁ ବଖାଣିଛନ୍ତି ଅଦା । ଏକ ସାକ୍ଷାତକାରରେ ଦେଇଥିବା ମତ ଅନୁସାରେ ଶାଲିନି ଚରିତ୍ର ପାଇଁ ସେ ମାତ୍ର ୧୫ ମିନିଟରେ ରେଡି ହୋଇଯାଉଥିବାବେଳେ ଫାତିମା ଚରିତ୍ର ପାଇଁ ତାଙ୍କୁ ଦେଢ ଘଣ୍ଟାର ସମୟ ଲାଗୁଥିଲା । ଚେହେରାକୁ ଭୟଙ୍କର କରିବା ପାଇଁ ସେ ଏହି ମେକଅପ କରୁଥିଲେ, ତେଣୁ ଏଥି ପାଇଁ ଏତେ ସମୟ ଲାଗୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ମେକଅପ୍‌କୁ ନେଇ ତାଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଛି । ସେହିଭଳି ଫିଲ୍ମର ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ ଅନେକ ଭିଡିଓ ଦେଖିଛନ୍ତି । କିଭଳି ଝିଅଙ୍କୁ ଟ୍ୟାଙ୍କରରେ ଭର୍ତ୍ତି କରାଯାଇ ଅଣାଯାଇଥାଏ, ସେମାନଙ୍କୁ ସେଠାରେ ଅକ୍ସିଜେନ ମଧ୍ୟ ମିଳିନଥାଏ । ଏଭଳି ଭିଡିଓ ସବୁ ଦେଖିବା ସମୟରେ ସେ ମାନସିକ ଅବସ୍ଥାରେ ବହୁତ ଅଶାନ୍ତିରେ ଥିଲେ ବୋଲି ମତ ଦେଇଛନ୍ତି । ଏହି ଚରିତ୍ରରୁ ବାହାରିବାକୁ ତାଙ୍କୁ ଖୁବ ଅଧିକ ସମୟ ଲାଗିଥିବା ସେ ମତ ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.