ଭୁବନେଶ୍ୱର : ବିଜେଡି ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ହ୍ରାସ କରିବା ଅଭିଯୋଗରେ ବିଧାନସଭା ସମ୍ମୁଖରେ ବିଜେଡି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେଡି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ବିଜେଡି ନେତ୍ରୀ ଇପ୍ସିତା ସାହୁଙ୍କ ସହିତ ଅନ୍ୟ କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ଗାନ୍ଧୀ ମାର୍ଗରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଚାଲିଛି ଖଣ୍ଡ ଯୁଦ୍ଧ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ଼ ହେଉଛି ।
ସୂଚନା ଅନୁସାରେ ,ବିଜେଡି ଆନ୍ଦୋଳନରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗାଁ ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଘେରାଉ କରିଛି ଦଳ । ପଞ୍ଚାୟତ ସମିତି ଆଇନକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପି କର୍ମୀଙ୍କୁ ସୁହାଇଲା ଭଳି ସରକାର ସର୍କୁଲାର ଜାରି କରୁଥିବା ଅଭିଯୋଗ ଆଣିଛି ବିଜେଡି ।

Comments are closed.