ଚୌଦ୍ୱାର ହାଜତ ମୃତ୍ୟୁ,ଏନଏଚଆରସିଙ୍କ ନିକଟରେ ମାମଲା

ଭୁବନେଶ୍ୱର : ଚୌଦ୍ୱାର ହାଜତ ମୃତ୍ୟୁ ମାମଲାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା । ଏନଏଚଆରସିରେ ଆବେଦନ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏହାସହ କ୍ରାଇମବ୍ରାଞ୍ଚ ଦ୍ବାରା ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ଥାନା ଭିତରେ କିପରି ଘଟିଲା ଏଭଳି ଘଟଣା ,ଏନେଇ କ୍ଷତିପୂରଣ ଅର୍ଥ ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି ।

ଜିଲ୍ଲା ଜଜଙ୍କ ତତ୍ତ୍ଵାବଧାନରେ ଚୌଦ୍ୱାର ଥାନାର ସିସିଟିଭି ଅଡ଼ିଟ ପାଇଁ ଆବେଦନ କରାଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟର ସମସ୍ତ ଥାନାରେ ସିସିଟିଭି ଲାଗିଛି କି ନାହିଁ ସେ ନେଇ ମୁଖ୍ୟ ସଚିବ ଓ ଡିଜିଙ୍କୁ ରିପୋର୍ଟ ତଲବ ପାଇଁ ଆବେଦନ କରାଯାଇଛି ।

ସୂଚନାନୁସାରେ,ଗତକାଲି ଚୌଦ୍ୱାର ଥାନା ହାଜତ ଶୌଚାଳୟ ଭିତରେ ବାଇକ ଚୋରି ମାମଲାରେ ଅନ୍ୟତମ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା ।

Launching Ceremony of “AYUSHMAN BHARAT

Comments are closed.