ଭୁବନେଶ୍ୱର : ରାଜ୍ୟରେ ମାତ୍ର ୧୫ମାସରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୯୯ ସରକାରୀ ବାବୁ । ଆଜି ବିଧାନସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୫ମାସରେ ୭୭ଟି ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ଲାଞ୍ଚ ନେବା ଅଭିଯୋଗରେ ୧୨୨ଟି ମାମଲା ରୁଜୁ ହୋଇଛି । ତେବେ ମୋଟ୍ ୨୦୨କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି। ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଦ୍ବାରା କେସ୍ ରୁଜୁ କରାଯାଇଥିବା ପ୍ରମୁଖ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯାଉଥିବା କାରଣରୁ ସେମାନଙ୍କୁ ସେହି ସମୟରେ ଗିରଫ କରାଯାଇନାହିଁ।
୨୦୨୪ଜୁନ ମାସରୁ ଏଯାବତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଲ ଓ ଲାଞ୍ଚନେବା ଅଭିଯୋଗରେ କେତୋଟି ମାମଲା ରୁଜୁ କରିଛି ଓ କେତେ ପରିମାଣରେ ସମ୍ପତ୍ତି ଆକଳନ ଜବତ କରିଛି ଏହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Comments are closed.