ଭୁବନେଶ୍ଵର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳାରୁ ଜଣେ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ । ଭୁଲ ମେଡିସିନ୍ ଯୋଗୁଁ ଶିଶୁଟିର ମୃତ୍ୟୁ । ଗତକାଲି ସାଲିଆସାହିରୁ ଶିଶୁପୁତ୍ର ଜଣକ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲ ଆସିଥିଲା । ତେବେ ଦିନ ବେଳେ ଔଷଧ ଦେଇ ଡାକ୍ତତ୍ୱ ତାଙ୍କୁ ଘରକୁ ପଠାଇ ଦେଇଥିଲେ । ପୁଣି ରାତିରେ ଶିଶୁଟିର ସ୍ଵାସ୍ଥ୍ୟ ଖରାପ ହେବାରୁ ପୁଣି ଥରେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକେ । ତେବେ ହସ୍ପିଟାଲରେ ସେତେବେେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇ ଚାଲି ଯାଇଥିଲେ । ଏହାପରେ ଶିଶୁ ଟିର ଦେହ ଅତ୍ୟନ୍ତ ଖରାପ ହୋଇଥିଲା । ଏହାପରେ ପରିବାର ଲୋକେ ଡାକ୍ତରଙ୍କୁ ଡାକିବାକୁ ଗଲାବେଳକୁ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲିଯାଇଥିଲେ। ପରେ ଯେଉଁ ଡାକ୍ତର ଆସିଥିଲେ ଭୁଲ ମେଡିସିନ ଦେଇଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ସେପଟେ ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Comments are closed.