ଭୁବନେଶ୍ୱର :ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଗଣା ବସ ସେବା । ଏଣିକି ସରକାରୀ ବସ୍ରେ ମାଗଣାରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ସରକାରୀ ବସ୍ରେ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଥିଲେ ।
ସ୍କୁଲ ପିଲାଙ୍କୁ ନଜରରେ ରଖି ବସ୍ ଚଳାଚଳ ସମୟ ପରିବର୍ତ୍ତନ ହେବ। ଯେପରି ଅଧିକରୁ ଅଧିକ ପିଲା ବସ୍ ସେବା ପାଇପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଛି। ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବସ୍ ରୁଟ୍ ଓ ସ୍କୁଲ ସମୟ ଅନୁସାରେ ଚଳାଚଳକୁ ଦୃଷ୍ଟି ଦେବା ପାଇଁ ଓଏସଆରଟିସିକୁ ସୂଚନା ଦିଆଯାଇଛି । ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣଶିକ୍ଷା ସଚିବ ଚିଠି ଲେଖିଛି।

Comments are closed.