ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି

ଭୁବନେଶ୍ୱର : ଆବାସ ହିତାଧିକାରୀଙ୍କୁ ମାଗଣାରେ ମାଗଣାରେ ମିଳିବ ବାଲି । ବାଲି ଯୋଗାଇବେ ସରକାର । ଏନେଇ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଗୁରୁବାର ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି କିଛି କହିଛନ୍ତି ଇସ୍ଫାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଚୋରା ବାଲି ଚାଲାଣ ରୋକିବା ପାଇଁ
୨୦୨୪-୨୫ ଆର୍ଥିକ ବର୍ଷରେ ୪୩୬୧ ଥର ଚଢ଼ାଉ କରି ୪୬୭୬ ଟି ଗାଡ଼ି ଜବତ କରାଯାଇଛି । ଏ ବାବଦରେ ୪୮ କୋଟିରୁ ଅଧିକ ଟଙ୍କା ଜୋରିମନା ଆଦାୟ କରାଯାଇଛି । ଏହାସହ ୨୦୨୫-୨୬ ଆର୍ଥିକ ବର୍ଷରେ ଜୁଲାଇ ୩୧ ତାରିଖ ଭିତରେ ୨୮୭୩ ଥର ଚଢ଼ାଉ କରାଯାଇ ୧୮.୪୧ କୋଟି ଟଙ୍କା ଜୋରିମନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.