ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆଉ ଏକ ଖୁସି ଖବର । ଏଣିକି ୬୦ ବର୍ଷ ପରେ ମଧ୍ୟ ହିତାଧିକାରୀ ପାଇବେ ପେନସନ । ଏମବିପିୱାଇ ଓ ଏନଏସଏପିରେ ହିତାଧକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ୬୦ ବର୍ଷ ପରେ ହିତାଧିକାରୀଙ୍କୁ ଏଥିରେ ଆବେଦନ କରିବାକୁ ପଡ଼ିବ । ଅଧିକ ବୟସ୍କ ଓ ଦୂର୍ବଳ ଲୋକଙ୍କୁ ଅଧିକ ପ୍ରଥମିକତା ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । କାରଣ ୬୦ ବର୍ଷ ପରେ ୯୩ ହଜାର ହିତାଧିକାରୀ ଯୋଜନାରୁ ବାଡ଼ ପଡିଥିବା ସୂଚନା ମିଳିଛି ।
ମଧୁବାବୁ ପେନସନ୍ ଯୋଜନାରେ ଯୋଡ଼ିହେବେ ସୁଭଦ୍ରା ହିତାଧିକାରୀ । ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ ହେବେ ସୁଭଦ୍ରା ଲାଭାର୍ଥୀ । ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଏନେଇ ଚିଠି ହୋଇଛି।
୬୦ ବର୍ଷ ପରେ MBPY/NSAPରେ ଯେ କୌଣସି ଅଧୀନରେ ପେନସନ ପାଇଁ ଯୋଗ୍ୟ ହେବେ । ଏଥିରେ ରାଜ୍ୟର ୨ ଲକ୍ଷରୁ ଊର୍ଦ୍ଧ୍ବ ସୁଭଦ୍ରା ଲାଭାର୍ଥୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ସମୀକ୍ଷା ବୈଠକ ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Comments are closed.