ଭୁବନେଶ୍ୱର: ଓଡ଼ିଶାରେ ବିପୁଳ ନିଯୁକ୍ତି ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ ସମ୍ମାନିତ । କମ୍ପାନୀ କର୍ତ୍ତୃପକ୍ଷ ରାଜ୍ୟରେ ପ୍ରାର୍ଥୀ ନିଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଆଦିତ୍ୟ ବିର୍ଲା ଗ୍ରୁପକୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋତ୍କୃଷ୍ଟ ନିଯୁକ୍ତିଦାତା ତଥା ତାରକା ନିଯୁକ୍ତିଦାତା ଭାବେ ଆଦିତ୍ୟ ବିର୍ଲା ଗୃପକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିସନର ଶ୍ରୀ ଅନୁ ଗର୍ଗ, ଅତିରିକ୍ତ ଶିଳ୍ପ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ ଆଦିତ୍ୟ ବିର୍ଲା ଗ୍ରୁପର କର୍ପୋରେଟ ଅଫେୟାର୍ ମୁଖ୍ୟ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଓଡ଼ିଶା ଯୁବାବର୍ଗଙ୍କୁ ଚାକିରୀ ପ୍ରଦାନ ଦିଗରେ ପ୍ରାଥମିକତା ଦିଆାଇଥିବାବେଳେ ଗତବର୍ଷ ୨୦୨୪, ଜୁନ୍ ମାସରୁ ଏଯାଏଁ ଅର୍ଥାତ୍ ଚଳିତବର୍ଷ ୨୦୨୫ ସେପ୍ଟେମ୍ବର ମାସ ସୁଦ୍ଧା ୧୨,୪୧୫ ଜଣ ପ୍ରାର୍ଥୀଙ୍କୁ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଚାକିରୀ ପ୍ରଦାନ କରାଯାଇଛି । ତେବେ ଏଥିମଧ୍ୟରୁ ମୋଟ୍ ୭୬ ପ୍ରତିଶତରୁ ଉର୍ଦ୍ଧ୍ବ ଅର୍ଥାତ୍ ୯,୪୮୦ ଜଣ ପ୍ରାର୍ଥୀ କେବଳ ଓଡ଼ିଶାର ଅଛନ୍ତି । ସମ୍ପ୍ରତି ଓଡ଼ିଶା ସରକାର ଆଦିତ୍ୟ ବିର୍ଲା ଗ୍ରୁପ ଏଭଳି ପଦକ୍ଷେପକୁ ଭୂୟୁସି ପ୍ରଶଂସା କରିବା ସହ ରାଜ୍ୟ ସରକାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.