କୋଲକାତାରେ ୨୭ ଅକ୍ଟୋବର ୧୯୦୪ରେ ଜନ୍ମିତ ଜତିନ୍ଦ୍ର ନାଥ ଦାଶ ଜଣେ ବିଶିଷ୍ଟ ସ୍ୱତନ୍ତ୍ରତା ସେନାନୀ ସହିତ କ୍ରାନ୍ତିକାରୀ ଥିଲେ, ଯିଏ ଦେଶ ସ୍ୱାଧୀନତା ଆନ୍ଦୋଳନରେ ଖୁବ ସକ୍ରିୟ ରହିବା ସହିତ ଅନେକ କାର୍ଯ୍ୟ କରିଥିଲେ । ସେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ ଆସୋସିଏସନର ସଦସ୍ୟ ଥିଲେ । ଲାହୋର ସେଣ୍ଟ୍ରାଲ ଜେଲରେ ସେ ଅନଶନ କରିଥିଲେ । ୧୯୨୧ ମସିହାରେ ସେ ମାତ୍ର ୧୭ ବର୍ଷରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହାର କିଛିବର୍ଷ ପରେ ୧୯୨୫ରେ କୋଲକାତାରେ ପାଠ ପଢୁଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଯେଉଁଠାରେ ସେ କଏଦୀଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଅନଶନ କରିଥିଲେ । ଏହି ଅନଶନ ସମୟରେ ୧୩ ଡିସେମ୍ବର ୧୯୨୯ରେ ତାଙ୍କର ଦେହାନ୍ତ ହୋଇଥିଲା ।

Comments are closed.